ମୁଖ୍ୟ ଖବର

ଶିଶୁ ଦିବସରେ ହେବ ‘କୋଟିଏ ହସ’ କାର୍ଯ୍ୟକ୍ରମ

Spread the love

ଶିଶୁ ଦିବସରେ ସମ୍ମାନିତ ହେବେ ସୁସ୍ଥ ଶିଶୁ । ରାଜ୍ୟର ସମସ୍ତ ଅଙ୍ଗନୱାଡି ଜ୍ଞାନ କେନ୍ଦ୍ରରେ ୬ ଜଣ ଲେଖାଏ ସୁସ୍ଥ ଶିଶୁଙ୍କୁ ପୁରସ୍କୃତ କରାଯିବ । ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନ ‘କୋଟିଏ ହସ’ କାର୍ଯ୍ୟକ୍ରମ ଏବଂ ପୋଷଣ ଅଭିଯାନ ସହ ସମାନ୍ତରାଳ ଭାବରେ ଏହାକୁ ରାଜ୍ୟବ୍ୟାପୀ ଆୟୋଜିତ କରାଯିବ ।ତେବେ ଚଳିତ ବର୍ଷ ପ୍ରଥମ କରି ରାଜ୍ୟର ସମସ୍ତ ୮୪୧୮ଟି ଅଙ୍ଗନୱାଡି ଜ୍ଞାନ କେନ୍ଦ୍ରରେ “କୋଟିଏ ହସ’ ସହିତ ପୋଷଣ ଶିଶୁ ଓ ସେମାନଙ୍କ ପିତାମାତାଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ପୋଷଣ ଟ୍ରାକର ଅନୁସାରେ ସାଧାରଣ ବର୍ଗରେ ଥିବା ଶିଶୁମାନଙ୍କୁ ଦୁଇଟି ବର୍ଗ ଯଥା- ୬ ମାସରୁ ୩ ବର୍ଷ ଏବଂ ୩ ବର୍ଷ ରୁ ୬ ବର୍ଷ ଅନୁଯାୟୀ ସୁସ୍ଥ ଶିଶୁ ଚିହ୍ନଟ କରାଯିବ । ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ସ୍ୱତନ୍ତ୍ର କମିଟି ଦ୍ୱାରା ଉଭୟ ବର୍ଗରେ ଶ୍ରେଷ୍ଠ ତିନି ଜଣଙ୍କୁ ଚିହ୍ନଟ କରି ପୁରସ୍କୃତ କରାଯିବ ।କୁପୋଷଣ ମୁକ୍ତ ରାଜ୍ୟ ଲାଗି ସରକାର ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଉଭୟ ଶିଶୁ ଓ ମାତାପିତାଙ୍କୁ ଏ ଦିଗରେ ପ୍ରତ୍ସୋହିତ କରିବା ଲାଗି ଏଭଳି ନିଆରା ପଦକ୍ଷେପ ନିଆଯାଇଛି । ସମାନ ଖାଦ୍ୟାଭ୍ୟାସ, ପରିବେଶରେ ରହି ଶିଶୁର ଉତ୍ତମ ଯତ୍ନ କିପରି ସଠିକ ଭାବରେ ନିଆଯାଇପାରିବ, ସେ ସମ୍ପର୍କରେ ମାଆ-ମାଆ, ପରିବାର-ପରିବାର ଓ ଗୋଷ୍ଠୀ ସଦସ୍ୟଙ୍କ ଭିତରେ ଭାବର ଆଦାନ ପ୍ରଦାନ ଓ ଆଲୋଚନା ଦ୍ୱାରା ସାମୁହିକ ସଚେତନତା ସୃଷ୍ଟି ହେବ ।

Leave a Reply

Your email address will not be published. Required fields are marked *