ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ଥାଇଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷାକରି ପ୍ରଧାନମନ୍ତ୍ରୀ ଏପ୍ରିଲ ୩ରୁ ୪ ଯାଏଁ ବ୍ୟାଙ୍କକ୍ ଗସ୍ତ କରିବେ। ସେଠାରେ ଷଷ୍ଠ ବିମସ୍ଟେକ୍ ଶିଖର ସମ୍ମିଳନୀରେ ଯୋଗ ଦେବେ। ମୋଦିଙ୍କର ଏହା ତୃତୀୟ ଥାଇଲାଣ୍ଡ ଗସ୍ତ। ଏହାପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକାଙ୍କ ନିମନ୍ତ୍ରଣ କ୍ରମେ ମୋଦି ୪ ରୁ ୬ ଯାଏଁ ଶ୍ରୀଲଙ୍କା ଗସ୍ତ କରିବେ। ଶ୍ରୀଲଙ୍କା ନୌସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ରେ ମାଛ ଧରିବା ବେଳେ ସମୁଦ୍ର ସୀମା ପାର୍ କରିଥିବା ୫୫୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିଲା। ଚଳିତ ବର୍ଷ ଏଯାବତ୍ ୧୫୦ ରୁ ଉର୍ଦ୍ଧ୍ଵ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି।ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଶ୍ରୀଲଙ୍କା ଗସ୍ତ କାର୍ଯ୍ୟକ୍ରମ ମହତ୍ତ୍ଵପୂର୍ଣ୍ଣ ରହିଛି। ମୋଦିଙ୍କ ଗସ୍ତ ପରେ କିଛି ସମାଧାନର ବାଟ ଫିଟିପାରେ ବୋଲି ଆଶା କରାଯାଉଛି।

