ସ୍ୱାସ୍ଥ୍ୟ

ଶୀତ ଦିନରେ ଡ୍ରାଏ ସ୍କିନକୁ ନେଇ ଚିନ୍ତିତ କି ?

Spread the love

ଶୀତ ଦିନେ ଅଧିକାଂଶ ଲୋକଙ୍କ ମୁହଁ, ଓଠ ଫାଟିବା, ତ୍ବଚା ରୁକ୍ଷ ହେବା ଭଳି ସମସ୍ୟା ଦେଖାଯାଏ । ତେବେ ଆସନ୍ତୁ ଜାଣିବା ଏପରି କିଛି ଘରୋଇ ଉପାୟ ବିଷୟରେ ଯାହାକୁ ଆପଣାଇବା ଦ୍ବାରା ନିଜର ଶୁଷ୍କ ରୁକ୍ଷ ତ୍ବଚାକୁ ନରମ ମୁଲାୟମ କରିପାରିବେ |ରୁକ୍ଷ ତ୍ବଚା ପାଇଁ ମହିଳାମାନେ ଆଲୋଭେରା ବ୍ୟବହାର କରିପାରିବେ। ଡ୍ରାଏ ସ୍କିନରୁ ମୁକ୍ତି ଦେବାରେ ଏହା ଉପଯୋଗୀ । ସାଧାରଣତଃ ଶୀତ ଦିନେ ମୁହଁ ସହ ହାତଗୋଡ ମଧ୍ୟ ଶୁଷ୍କ ଲାଗିଥାଏ । ଆଲୋଭେରା ଜେଲକୁ ନିଜର ହାତଗୋଡରେ ଲଗାଇ ମୋଜା ଓ ଗ୍ଲୋଭରେ ଘୋଡାଇ ରଖିଲେ ଫାଇଦା ମିଳେ । ଶୀତ ଦିନେ ଶୁଷ୍କ ତ୍ବଚାକୁ ନରମ ତଥା କୋମଳ କରିବା ପାଇଁ ନଡିଆ ତେଲ ବେଶ୍ ଉପଯୋଗୀ । 2014ରେ ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ, ଶୁଷ୍କ ତ୍ବଚାର ଚିକିତ୍ସା ପାଇଁ ନଡିଆ ତେଲ ସୁରକ୍ଷିତ ଓ ପ୍ରଭାବଶାଳୀ ।  ସାଧାରଣତଃ ଶୀତ ଦିନେ ଲୋକମାନେ ସବୁଦିନ ଉଷୁମ ପାଣିରେ ଗାଧୋଇବା ପସନ୍ଦ କରନ୍ତି । ଏହାଦ୍ବାରା ତ୍ବଚା ଆହୁରି ଶୁଷ୍କ ହୋଇଯାଏ । ତେଣୁ ରୁକ୍ଷ ତ୍ବଚା ଥିବା ଲୋକମାନେ ଅଧିକ ଉଷୁମ ପାଣିରେ ନ ଗାଧୋଇବାକୁ ପରାମର୍ଶ ଦିଆଯାଏ ।

Leave a Reply

Your email address will not be published. Required fields are marked *