ସ୍ୱାସ୍ଥ୍ୟ

ପାନ ପତ୍ର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ

Spread the love

ଔଷଧୀୟ ଗୁଣରେ ଭରପୂର ପାନ ପତ୍ର କେବଳ ଆପଣଙ୍କ ସ୍ୱାସ୍ଥ୍ୟକୁ ମଜବୁତ କରିବାରେ ପ୍ରଭାବଶାଳୀ ନୁହେଁ ବରଂ କିଛି ଗୁରୁତର ତଥା ସାଂଘାତିକ ରୋଗର ଆଶଙ୍କା ହ୍ରାସ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇପାରେ । ତେବେ ଆସନ୍ତୁ ଖାଦ୍ୟରେ ପାନ ପତ୍ରକୁ ଅନ୍ତର୍ଭୁକ୍ତ କରିବାର କିଛି ଆଶ୍ଚର୍ଯ୍ୟଜନକ ଉପକାରିତା ବିଷୟରେ ଜାଣିବା ।

ଜ୍ୱରରୁ ମୁକ୍ତି:

ଯଦି ଆପଣ ମେଡ଼ିସିନ ନ ଖାଇ ଜ୍ୱରକୁ ଭଲ କରିବାକୁ ଚାହାଁନ୍ତି, ତେବେ ପ୍ରାୟତଃ ୩ ମିଲିମିଟର ପାନ ପତ୍ରର ଅର୍କକୁ ଗରମ କରି ପିଅନ୍ତୁ । ଆୟୁର୍ବେଦ ଅନୁଯାୟୀ, ଆପଣ ନିଜ ଖାଦ୍ୟରେ ପାନ ପତ୍ରକୁ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ସାମିଲ କରି ଅନେକ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ।

ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମିଯିବ:

ପାନ ପତ୍ରର ରସ ପିଇଲେ ଆପଣ ହୃଦୟର ସ୍ୱାସ୍ଥ୍ୟକୁ ବହୁ ପରିମାଣରେ ଉନ୍ନତ କରିପାରିବେ । ଏହାର ଅର୍ଥ ହୃତ୍‌ପିଣ୍ଡ ଜନିତ ରୋଗର ଆଶଙ୍କା କମାଇବା ପାଇଁ ପାନ ପତ୍ର ବ୍ୟବହାର କରାଯାଇପାରିବ ।। କୋଷ୍ଠକାଠିନ୍ୟ ପରି ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପାନ ପତ୍ରକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ ।

ଦୁର୍ବଳତା ଏବଂ ଥକ୍କାପଣ ଦୂର କରନ୍ତୁ:

ଯଦି ଆପଣ ମଧ୍ୟ ଦିନସାରା ଦୁର୍ବଳ ଏବଂ କ୍ଳାନ୍ତ ଅନୁଭବ କରନ୍ତି, ତେବେ ପାନ ପତ୍ର ଖାଇବା ଆରମ୍ଭ କରନ୍ତୁ । ପାନ ପତ୍ର ଏହି ସମସ୍ୟା ଦୂର କରିବାରେ ସହାୟକ ହୋଇପାରେ । ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବା ପାଇଁ ମଧ୍ୟ ପାନ ପତ୍ର ବ୍ୟବହାର କରାଯାଇପାରେ । କେବଳ ଏତିକି ନୁହେଁ, ପାନ ପତ୍ରରେ ମିଳୁଥିବା ସମସ୍ତ ଉପାଦାନ ଶ୍ୱାସ ରୋଗର ଚିକିତ୍ସାରେ ଲାଭଦାୟକ ପ୍ରମାଣିତ ହୋଇପାରେ ।

Leave a Reply

Your email address will not be published. Required fields are marked *