ସ୍ୱାସ୍ଥ୍ୟ

ନିୟମିତ କଲରା ଖାଇବାର ମହତ୍ୱ

Spread the love

କଲରା ଏମିତି ଗୋଟେ ପରିବା ଯାହାକୁ ଖାଇବା ପାଇଁ ପ୍ରାୟତଃ ସମସ୍ତେ ନାକ ଟେକିଥାନ୍ତି। ଏହାକୁ ଖାଇଲେ ପ୍ରବଳ ପିତା ଲାଗିଥାଏ। ଯେଉଁଥିପାଇଁ କେହି କେହି ଏହାକୁ ଖାଇବାକୁ ଦଶ ଥର ଭାବିଥାନ୍ତି। କାରଣ ପାଟିରେ ସ୍ୱାଦ ପରିବର୍ତ୍ତନ କରିଦେଇଥାଏ କଲରା। କିନ୍ତୁ ସ୍ୱାସ୍ଥ୍ୟ ପାଇଁ କଲରା ଏତେ ଲାଭଦାୟକ ଯେ ଆପଣ ଜାଣିଲେ ଆଶ୍ଚଯ୍ୟ ହେବେ। ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଥିବାରୁ ଏହା ଖାଇଲେ ଶରୀରକୁ ପ୍ରଚୁର ଲାଭ ମିଳିଥାଏ। ଡାଇବେଟିସ୍‌ ପାଇଁ କଲରା ବହୁତ ଲାଭଦାୟକ। ଏଥିରେ ଥିବା ଫାଇବର ପାଚନ ତନ୍ତ୍ରକୁ କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ କଲରା। କଲରାରେ ଆଇରନ୍‌ , ଭିଟାମିନ୍‌ ଏ , ଭିଟାମିନ୍‌ ବି, ଭିଟାମିନ୍‌ ସି, ପୋଟାସିୟମ, ଜିଙ୍କ, ଏଣ୍ଟିଅକ୍ସିଡେଣ୍ଟ ଏବଂ ହାଇପୋଗ୍ଲାଇସେମିକ୍ ସହ ଆହୁରି ଅନେକ ପୋଷକ ତତ୍ତ୍ୱ ମିଳିଥାଏ। ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଭାଇରାଲ୍ ଏବଂ କର୍କଟ ବିରୋଧୀ ଗୁଣ ମଧ୍ୟ କଲରାରେ ମିଳିଥାଏ। କଲରାର ନିୟମିତ ସେବନ ଦ୍ୱାରା ଆସ୍ତମା, ଶ୍ୱାସକ୍ରିୟା, ହୃଦ ରୋଗ, କିଡନୀ, ଯକୃତ, ହଜମ ପ୍ରକ୍ରିୟା, ଚକ୍ଷୁ ରୋଗ, ରକ୍ତ ଶର୍କରା, ରକ୍ତଚାପ ଏବଂ କୋଲେଷ୍ଟ୍ରଲ ଭଳି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। କଲରା ଖାଇବା ଦ୍ୱାରା ଶାରୀରିକ ଦୁର୍ବଳତା ଦୂର ହୋଇଥାଏ।

କଲରା ମୋଟାପାକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ। କଲରାରେ କ୍ୟାଲେରି କମ ଏବଂ ଫାଇବର ଅଧିକ ରହିଥାଏ। ଯେଉଁଥିପାଇଁ ବାର ବାର ଭୋକ ଲାଗିନଥାଏ। କେବଳ ଏତିକି ନୁହେଁ, ଏହା ମେଟାବୋଲିଜିମ୍ ମଧ୍ୟ ବୃଦ୍ଧି କରିଥାଏ । ଯେଉଥିପାଇଁ ପେଟ ସୁସ୍ଥ ରହିଥାଏ। ପାଚନ ତନ୍ତ୍ର ମଜଭୁତ ରହିଥାଏ।

ଡାକ୍ତରଙ୍କ ଅନୁସାରେ କଲରାକୁ ବିଭିନ୍ନ ଉପାୟରେ କଲରାକୁ ଖାଇପାରିବା। କଲରାକୁ ଭାଜି କରି ଖାଇପାରିବେ, ଏହାକୁ ଆଚାର କରି ଖାଇପାରିବେ ଏହାର ଜୁସ୍ କରି କରି ପିଇ ପାାରିବେ। ଯଦି ଆପଣ ନିୟମିତ ଭାବେ କଲରାକୁ ନିଜ ଖାଦ୍ୟରେ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କୁ ଅନେକ ପ୍ରକାର ରୋଗରୁ ରକ୍ଷା କରିପାରିବ।

Leave a Reply

Your email address will not be published. Required fields are marked *