ଦେଖୁ ଦେଖୁ ମାଟିରେ ପୋତି ହୋଇଗଲା ଟ୍ରକ
ମହାରାଷ୍ଟ୍ରର ପୁନେରେ ହଠାତ୍ ରାସ୍ତା ଦବିବା ସହିତ ଟ୍ରକଟି ସମ୍ପୂର୍ଣ୍ଣ ଭାବେ ପୋତି ହୋଇଯାଇଥିବା ଦେଖାଯାଇଛି । କିନ୍ତୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରକ ଚାଳକ । ଘଟଣାଟି ଗତକାଲି ସନ୍ଧ୍ୟା ୪ଟାରେ ଘଟିଛି | ଚାହୁଁଚାହୁଁ ମାଟିରେ ପୋତି ହୋଇଗଲା ଟ୍ରକ । କେହି କିଛି ବୁଝିବା ଆଗରୁ ଘଟିଗଲା ଅଘଟଣ । ଭିଡିଓ ନ ଦେଖିବା ପର୍ଯ୍ୟନ୍ତ କେହି ବିଶ୍ୱାସ କରିପାରିବେ ନାହିଁ ।
ସିଟି ପୋଷ୍ଟ ଅଫିସ ପରିସରରେ ଏକ ସିଙ୍କହୋଲ ଖୋଲି ଯାଇଥିଲା । ଫଳରେ ସେହି ରାସ୍ତା ଦେଇ ଯାଉଥିବା ସଫେଇ ଟ୍ରକର ପଛଭାଗ ଗାତକୁ ଖସି ପଡିଥିବା ବେଳେ ଚାହୁଁଚାହୁଁ ସମ୍ପୂର୍ଣ୍ଣ ପୋତି ହୋଇଯାଇଥିଲା ।ଏହି ସ୍ୱରେଜ ଟ୍ୟାଙ୍କରଟି ପୁନେ ମ୍ୟୁନିସିପାଲିଟିର । ଡ୍ରେନେଜ ସଫେଇ କାମ ପାଇଁ ତାହା ସେଠାକୁ ଯାଇଥିଲା । ଘଟଣାର ତଦନ୍ତ କରାଯିବ ବୋଲି ମ୍ୟୁନିସିପାଲିଟି ପକ୍ଷରୁ କୁହାଯାଇଛି ।

