ଆନ୍ତର୍ଜାତୀୟ

ରୁଷ୍‌ର ଅସ୍ତ୍ର ଡିପୋ ଉପରେ ୟୁକ୍ରେନ୍‌ର ଡ୍ରୋନ୍‌ ହମଲା

Spread the love

ରୁଷ୍‌ର ଏକ ଅସ୍ତ୍ରଶସ୍ତ୍ର ଡିପୋ ଉପରେ ବଡ଼ ଧରଣର ଡ୍ରୋନ୍‌ ଆକ୍ରମଣ କରିଛି ୟୁକ୍ରେନ । ରୁଷ୍‌ର ତ୍ୱେର କ୍ଷେତ୍ରରେ ଏହି ଆକ୍ରମଣ ହୋଇଛି । ଏଠାରେ ଥିବା ଅନେକ ମିସାଇଲ, ବୋମା, ଗୋଳାବାରୁଦ ନଷ୍ଟ ହୋଇଯାଇଛି । ଏଥିରେ କେତେକ ବାଲିଷ୍ଟିକ ମିସାଇଲ ମଧ୍ୟ ଥିଲା । ରୁଷ୍‌ ୨୦୧୫ରେ ପ୍ରାୟ ୩୨୬ କୋଟି ଟଙ୍କାରେ ଏକ ବଡ଼ ଅସ୍ତ୍ରଶସ୍ତ୍ର ଡିପୋ ବନାଇଥିବା ନେଇ ରୁଷ୍‌ର ସରକାରୀ ନ୍ୟୁଜ୍‌ ଏଜେନ୍ସି ୨୦୧୮ରେ ସୂଚନା ଦେଇଥିଲା ।ଆକ୍ରମଣ ପରେ ପ୍ରାୟ ୬ କିମି ପର୍ଯ୍ୟନ୍ତ ନିଆଁ ବ୍ୟାପି ଯାଇଥିଲା । ଏହି ସମୟରେ ଭୂକମ୍ପର ହାଲୁକା ଝଟକା ଅନୁଭୂତ ହୋଇଥିଲା । ତେବେ ୟୁକ୍ରେନ୍‌ର ୫୪ ଡ୍ରୋନ୍‌କୁ ରୁଷ୍‌ ଖସାଇ ଦେଇଥିବା ଦାବି କରିଛି ।

ଏହା ବ୍ୟତୀତ ଏଠାରେ ତୋଚକା-ୟୁ ଟାକ୍ଟିକାଲ ମିସାଇଲ ସିଷ୍ଟମ ଏବଂ ଅନେକ ଗାଇଡେଡ୍‌ ବୋମା ମହଜୁଦ ଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି । ଉକ୍ତ ଅସ୍ତ୍ର ଡିପୋରେ ଉତ୍ତର କୋରିଆର କେତେକ ମିସାଇଲ ଥିଲା ବୋଲି ୟୁକ୍ରେନ୍‌ କହିଛି ।

 

Leave a Reply

Your email address will not be published. Required fields are marked *