ଜାତୀୟ

ଜମ୍ମୁ-କାଶ୍ମୀର ନିର୍ବାଚନ

Spread the love

ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ଶେଷ ହୋଇଛି । ୭ଟି ଜିଲ୍ଲାର ୨୪ ବିଧାନସଭା ଆସନ ପାଇଁ ଭୋଟ୍‌ ପଡ଼ିଥିଲା । ସନ୍ଧ୍ୟା ୬ଟାରେ ଭୋଟିଂ ଶେଷ ହୋଇଥିଲା । ଏହି ସମୟ ସୁଦ୍ଧା ହାରାହାରି ୬୧.୧୩% ମତଦାନ ହୋଇଛି । କିସ୍ତୱାଡ ଜିଲ୍ଲାରେ ସର୍ବାଧିକ ୭୯.୩୯% ଭୋଟିଂ ହୋଇଥିବା ବେଳେ ପୁଲୱାମାରେ ସର୍ବନିମ୍ନ ୪୬.୬୬% ଭୋଟ୍‌ ପଡ଼ିଛି । ଡୋଡା ଜିଲ୍ଲାରେ ୬୯.୩୩% ମତଦାନ ହୋଇଥିବା ବେଳେ ଅନନ୍ତନାଗରେ ୫୪.୧୭%, କୁଲଗାମରେ ୬୨.୪୬%, ରାମବନରେ ୬୭.୭୧% ଏବଂ ସୋପିଆନ୍‌ରେ ୫୩.୬୪% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ୱେବସାଇଟରୁ ଜଣାପଡ଼ିଛି । ୧୦ ବର୍ଷ ପରେ ଜମ୍ମୁ-କାଶ୍ମୀରରେ ପ୍ରଥମ ବିଧାନସଭା ନିର୍ବାଚନ ହେଉଛି । ବିଜ୍‌ବେହରା ବିଧାନସଭା ଆସନରୁ ଲଢ଼ୁଥିବା ପିଡିପି ପ୍ରାର୍ଥୀ ଇଲ୍‌ତିଜା ମୁଫ୍‌ତି ଭୋଟ ଦେଇଛନ୍ତି । ଶଗୁନ୍‌ ଆଜି ଅଭିଯୋଗ କରିଥିଲେ କି କିସ୍ତୱାଡର ବାଗବାନଠାରେ ବିନା ପରିଚୟପତ୍ରରେ ଭୋଟ୍‌ ଦିଆଯାଇଥିଲା । ଏହାକୁ ନେଇ ବିବାଦ ହେବା ପରେ କିଛି ସମୟ ଭୋଟ୍‌ ଦାନ ରୋକିବାକୁ ପଡ଼ିଥିଲା ।

ପ୍ରଥମ ପର୍ଯ୍ୟାୟକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ୩୫ ହଜାରରୁ ଅଧିକ ବିସ୍ଥାପିତ କାଶ୍ମୀର ପଣ୍ଡିତ ଆଜି ଭୋଟ୍‌ ଦେଇଥିଲେ । ସେମାନଙ୍କ ପାଇଁ ମୋଟ ୨୪ଟି ସ୍ୱତନ୍ତ୍ର ବୁଥ୍‌ ପ୍ରସ୍ତୁତ ହୋଇଥିଲା । ତନ୍ମଧ୍ୟରୁ ଦିଲ୍ଲୀରେ ୪, ଜମ୍ମୁରେ ୧୯ ଏବଂ ଉଧମପୁରରେ ୧ଟି ରହିଥିଲା । ୨୦୧୪ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଭୋଟିଂରେ ୨୨ ଆସନରେ ମତଦାନ ହୋଇଥିଲା । ୧୧ଟି ଆସନରେ ମେହବୁବା ମୁଫ୍‌ତିଙ୍କ ଦଳ ପିଡିପି ଜିତିଥିଲା ବେଳେ ବିଜେପି ଓ କଂଗ୍ରେସ ୪ଟି ଲେଖାଏଁ ଆସନରେ ଜିତିଥିଲେ ।

Leave a Reply

Your email address will not be published. Required fields are marked *