ଆନ୍ତର୍ଜାତୀୟ

ଇସ୍ରାଏଲର ସିକ୍ରେଟ୍ ୟୁନିଟ୍‌ 8200 କ’ଣ ?

Spread the love

ଲେବାନନ୍ ଉପରେ ପେଜର ପରେ ଓ୍ବାକି ଟକି ଆଟାକ୍ କରି ସାରା ବିଶ୍ବର ଚର୍ଚ୍ଚାକୁ ଆସିଛି ଇସ୍ରାଏଲର ।ଶତ୍ରୁ ରାଷ୍ଟ୍ର ଉପରେ ଏପର୍ଯ୍ୟନ୍ତ ଇସ୍ରାଏଲ ମିସାଇଲ ଓ ଆଇରନ୍ ଡୋମ୍‌ ଦ୍ବାରା କରୁଥିଲା ବୋମା ବର୍ଷା। କିନ୍ତୁ ଏବେ ହ୍ୟାକିଂ କରି କିଛି ସେକେଣ୍ଡରେ ନେଉଛି ଶତ୍ରୁପକ୍ଷର ଜୀବନ। ଦୁଇ ଦିନରେ ଦୁଇଟି ଆକ୍ରମଣ ପରେ ଏବେ ଇସ୍ରାଏଲର ସିକ୍ରେଟ ୟୁନିଟ୍ 8200 ଚର୍ଚ୍ଚାରେ ଆସିଛି। ଅସ୍ତ୍ରଶସ୍ତ୍ର ନୁହେଁ ଏବେ ଆରମ୍ଭ ହୋଇଛି ସାଇବର ଓ୍ବାର।

ପେଜର୍‌ ପରେ ଏବେ ଓ୍ୱକି-ଟକିରେ ହୋଇଛି ବ୍ଲାଷ୍ଟା।ଲେବାନନରେ ୨୪ ଘଣ୍ଟାରେ ଘଟିଛି ଦ୍ବିତୀୟ ବିସ୍ଫୋରଣ।ହେଜବୁଲ୍ଲାର ଗଡ଼ର ବେରୁଟରେ ଘଟିଛି ଏହି ବିସ୍ଫୋରଣ।ଗତ କାଲି ପେଜର ବ୍ଲାଷ୍ଟରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦୦ରୁ ଅଧିକ ଆହତ ହୋଇଥିଲେ। ଲଗାତାର ବିସ୍ପୋରଣ ପରେ ଏବେ ଭୟରେ ଲେବାନନ୍‌ବାସୀ। ବର୍ତ୍ତମାନ ସୁଦ୍ଧା ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ ଅଧିକ ହୋଇଛନ୍ତି ଆହତ। ଏହି ଘଟଣା ପରେ ଚର୍ଚ୍ଚାରେ ଇସ୍ରାଏଲର ସିକ୍ରେଟ ୟୁନିଟ୍ 8200। ଏହା ହେଉଛି ସେନାର ଇଣ୍ଟେଲିଜେନ୍ସ ୟୁନିଟ୍।ଏପର୍ଯ୍ୟନ୍ତ ଇସ୍ରାଏଲ ଏହି ଆକ୍ରମଣ ପରେ ବି ଚୁପ୍ ରହିଛି। ଏପରିକି ଇସ୍ରାଏଲ ସେନା କିମ୍ବା ପିଏମ୍ ଅଫିସ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ। କିନ୍ତୁ ପାଶ୍ଚାତ୍ୟ ଦେଶ ଓ ଲେବାନନକୁ ସନ୍ଦେହ ରହିଛି ଏହା ପଛରେ ରହିଛି ଇସ୍ରାଏଲର ସିକ୍ରେଟ ୟୁନିଟର ହାତ।

ବିଶେଷଷଜ୍ଞଙ୍କ ମତରେ ୫୦୦ ପେଜର ଉପରେ ଏକାଠି ଆକ୍ରମଣ ହୋଇଛି। ତା ଭିତରେ ୩ ଗ୍ରାମ୍‌ର ବିସ୍ଫୋରକ ଥଲା। 8200 ର ସମ୍ପର୍କ ଇସ୍ରାଏଲ ସେନା ସହ ରହିଛି। ଏହାର ନେତୃତ୍ବ ମୋସାଦ ନେଉ ନାହିଁ। ଇଲୋକ୍ଟେ୍ରାନିକ୍ ଡିଭାଇସ୍‌ରେ କିଭଳି ବିସ୍ଫୋରକ ରଖିହେବ ତାକୁ ନେଇ ଦୀର୍ଘ ସମୟ ଧରି ଗବେଷଣା ଜାରି ରଖିଥିଲା। ସିକ୍ରେଟ ୟୁନିଟ 8200ର ମେମ୍ବର ସେନାର ସବୁଠାରୁ ଦକ୍ଷ କମାଣ୍ଡର। ଏହି ୟୁନିଟ୍‌ରେ ବିଶେଷ ଭାବରେ ଯୁବ ଓ ସ୍ବତନ୍ତ୍ର ଶ୍ରେଣୀର ସୈନିକ ରହିଥାନ୍ତି। ଏହାର ଦାୟିତ୍ବ ହେଲା ଗୁଇନ୍ଦା ରିପୋର୍ଟ ଏକାଠି କରିବା। ୨୦୧୮ ରେ ଇସ୍ରାଏଲର ଏହି ୟୁନିଟ୍ ଇସଲାମିକ୍ ଷ୍ଟେଟ୍‌ର ଏକ ଏୟାର ଆଟାକ୍‌କୁ ନଷ୍ଟ କରିଥିଲା।

Leave a Reply

Your email address will not be published. Required fields are marked *