ଦେଶ ବିଦେଶ

ଭାରତରେ ଲଞ୍ଚ ହେଲା New Hyundai Alcazar

Spread the love

ନିଜ ହ୍ଵାଟ୍ସଆପ ମାଧ୍ୟମରେ ଖୋଲିପାରିବେ ଗାଡିର ଲକ୍ ।ଏବେ ବିନା ଚାବିରେ କରିପାରିବେ କାର ଅନଲକ୍ ! ଏଭଳି ଦମଦାର ଫିଚର୍ସ ସହ ଭାରତରେ ଲଞ୍ଚ ହୋଇଛି ହୁଣ୍ଡାଇ ମୋଟରର ନୂଆ ଅଲ୍କାଜାର । ଅନେକ ନୂଆ ଅପଡେଟ୍ ସହିତ ଭାରତୀୟ ବଜାରରେ ଏହି କାରକୁ ଲଞ୍ଚ କରାଯାଇଛି । କମ୍ପାନୀ ଏହି କାରରେ ଏକ ଦମଦାର ଫିଚର୍ ଲଞ୍ଚ କରିଛି, ଯାହା ସାଧାରଣତଃ କେବଳ ବିଳାସପୂର୍ଣ୍ଣ କାରମାନଙ୍କରେ ଦେଖିବାକୁ ମିଳିଥାଏ । କହିବାକୁ ଗଲେ BMW 5 ସିରିଜ କାର ଭଳି ବିଳାସପୂର୍ଣ୍ଣ କାରଗୁଡିକରେ ଏହି ଫିଚର୍ ଦେଖିବାକୁ ମିଳିଥାଏ । ଗୋଟିଏ ପଟେ ଏହି ବିଏମଡବ୍ଲୁ କାରର ମୂଲ୍ୟ ୭୦ ଲକ୍ଷରୁ ଅଧିକ ହୋଇଥିବା ବେଳେ ହୁଣ୍ଡାଇ ଏହି ଫିଚର୍ସକୁ କେବଳ ୧୫ ଲକ୍ଷ ଟଙ୍କା ମୂଲ୍ୟର କାରରେ ସାମିଲ କରିଛି । ତେବେ ଆସନ୍ତୁ ସେହି ଫିଚର୍ସ ବିଷୟରେ ଜାଣିବା ।ଏହି ନୂଆ ହୁଣ୍ଡାଇ ଅଲ୍କାଜାର ଫେସଲିଫ୍ଟରେ Digital Key ଫିଚର୍ ସାମିଲ କରାଯାଇଛି । ଏହି ଫିଚର୍ ମାଧ୍ୟମରେ, ଆପଣ ବର୍ତ୍ତମାନ ଚାବି ବିନା ଆପଣଙ୍କ କାରକୁ ଅନଲକ୍ କରିପାରିବେ । ଯଦି ଆପଣ କୌଣସି ବାହାର ଜାଗାରେ ଅଛନ୍ତି ଏବଂ ହଠାତ୍ ଘରେ କାର୍ ଛାଡି ଆପଣଙ୍କ ସହିତ କାର୍ ଚାବି ନେଇଯାଇଛନ୍ତି, ତେବେ ଆପଣ କେବଳ ଏକ ମେସେଜ ଦ୍ୱାରା ହିଁ ଅନ୍ୟ କାହାକୁ ଆପଣଙ୍କ କାର୍ ଚାବି ପଠାଇ ପାରିବେ, ତାହା ମଧ୍ୟ ଡିଜିଟାଲ୍ ଉପାୟରେ ।

ତେବେ ୯ ସେପ୍ଟେମ୍ବରରେ ଏହି ନୂଆ ହୁଣ୍ଡାଇ ଅଲ୍କାଜାର ଫେସେଲିଫ୍ଟ ଲଞ୍ଚ କରାଯାଇଛି । ଏହି କାରଟି ୬-ସିଟର୍ ଏବଂ ୭-ସିଟର୍ ଭାରିଆଣ୍ଟରେ ଉପଲବ୍ଧ । ହୁଣ୍ଡାଇ ଅଲ୍କାଜାରର ମୂଲ୍ୟ ୧୪.୯୯ ଲକ୍ଷରୁ ଆରମ୍ଭ ହୋଇଛି ଏବଂ ଏହାର ଟପ୍-ଏଣ୍ଡ୍ ଭାରିଆଣ୍ଟର ଏକ୍ସ-ଶୋ’ରୁମ୍ ମୂଲ୍ୟ ୨୧.୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।

Digital Key ଫିଚର୍ କିପରି କାମ କରିବ?
ତେବେ ଆପଣଙ୍କ ମୋବାଇଲ୍ ଫୋନରୁ Digital Key ଫିଚର୍ କାମ କରିବ । ଏଥିପାଇଁ ପ୍ରଥମେ ଆପଣ ନିଜ ଫୋନର ପ୍ଲେ ଷ୍ଟୋରରୁ Blue link ଆପ୍ଲିକେସନ୍ ଡାଉନଲୋଡ୍ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ଭେଇକିଲ୍ Digital Keyକୁ ଯାଇ ଡିଜିଟାଲ୍ ଚାବି ପାଇବା ପାଇଁ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହା ପରେ ଆପଣ ନିଜର ଡିଜିଟାଲ୍ ଚାବି ପାଇଯିବେ । ଏହା ସହିତ, ଆପଣ ଏହି ଡିଜିଟାଲ୍ ଚାବିର ଲିଙ୍କ୍ ମଧ୍ୟ ଅନ୍ୟ କାହା ସହିତ ସେୟାର କରିପାରିବେ ।

ଯଦି ଆପଣ ଏହି ଲିଙ୍କକୁ ଅନ୍ୟ କାହାକୁ ହ୍ୱାଟ୍ସଆପରେ ପଠାନ୍ତି, ତେବେ ସେହି ଲିଙ୍କରେ କ୍ଲିକ୍ କରି କାରର ଡୋର୍ ଖୋଲାଯାଇପାରିବ । ତେବେ ଏଥିପାଇଁ ଆପଣଙ୍କୁ କେବଳ ନିଜ ସ୍ମାର୍ଟଫୋନକୁ କାରର ହ୍ୟାଣ୍ଡେଲରେ ଟଚ କରିବାକୁ ପଡିବ ଆଉ ଏହା ପରେ କାରଟି ଆପେ ଆପେ ଅନଲକ୍ ହୋଇଯିବ ।

ଏହା ପରେ, କାର ଷ୍ଟାର୍ଟ କରିବା ଆପଣଙ୍କ ଫୋନକୁ ୱାୟରଲେସ ଚାର୍ଜିଂ ପଏଣ୍ଟରେ ସ୍କ୍ରିନ ସାଇଡକୁ ଉପରକୁ କରି ରଖିବାକୁ ପଡିବ । ଏହା କରିବା ଦ୍ୱାରା ଆପଣଙ୍କ କାର ଷ୍ଟାର୍ଟ ହେବ ଏବଂ ଆପଣ ସହଜରେ ଗାଡି ଚଳାଇପାରିବେ । ଏହି ଡିଜିଟାଲ୍ ଚାବି ମାଧ୍ୟମରେ ଗାଡିକୁ ଲକ୍ ମଧ୍ୟ କରାଯାଇପାରିବ । ଏଥିପାଇଁ ଫୋନକୁ ହ୍ୟାଣ୍ଡେଲରେ ଟଚ କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *