ଆନ୍ତର୍ଜାତୀୟ

ଏଆଇର ଦ୍ରୁତ ବିକାଶ ବଡ଼ ବିପଦ

Spread the love

ଚଳିତ ବର୍ଷ ଫିଜିକ୍ସ ବା ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଛନ୍ତି ପ୍ରଫେସର ଜେଫ୍ରି ହିଣ୍ଟନ୍‌ ଓ ପ୍ରଫେସର ଜନ୍‌ ହପ୍‌ଫିଲ୍ଡ । ମେସିନ୍‌ ଲର୍ନିଂ କ୍ଷେତ୍ରରେ ନୂଆ ମାର୍ଗ ଖୋଲିବା ପାଇଁ ହିଣ୍ଟନ୍‌ଙ୍କୁ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ଗଡ୍‌ଫାଦର କୁହାଯାଏ । ତେବେ ନୋବେଲ ପୁରସ୍କାର ଗ୍ରହଣ କରିବା ପରେ ସେ ଏଆଇର ବଡ଼ ବିପଦ ବିଷୟରେ ଚେତାବନୀ ଦେଇଛନ୍ତି ।

ସେ ଚେତାବନୀ ଦେଇ କହିଥିଲେ ‘ଏଆଇର କୁପରିଣାମ ବିଷୟରେ ଆମକୁ ଚିନ୍ତା କରିବା ଆବଶ୍ୟକ । ଏଆଇ ବିକାଶ ସହ ଜଡ଼ିତ ସମ୍ଭାବ୍ୟ ବିପଦ ଉପରେ ଆଲୋକପାତ ଲାଗି ସେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ନୋବେଲ ବିଜେତା ଜନ୍‌ ହପ୍‌ଫିଲ୍ଡ କହିଛନ୍ତି, ଏଆଇ ସିଷ୍ଟମ୍‌ର ଶକ୍ତି ଅସାଧାରଣ ହାରରେ ବୃଦ୍ଧିପାଉଛି |

ଯାହା ଆମଠୁ ଅଧିକ ବୁଦ୍ଧିମାନ, ସେଭଳି ବସ୍ତୁ ବିଷୟରେ ଆମର କୌଣସି ଅନୁଭବ ନାହିଁ । ଏହା ଆମକୁ ଉତ୍ତମ ସ୍ୱାସ୍ଥ୍ୟସେବା ଦେଇପାରେ ଏବଂ ଅଧିକ ଦକ୍ଷ କରିପାରେ । ଉତ୍ପାଦକତାରେ ଏହା ବ୍ୟାପକ ଉନ୍ନତି କରିପାରେ । କିନ୍ତୁ ଆମକୁ ଏହାର କୁପରିଣାମ ବିଷୟରେ ଚିନ୍ତା କରିବା ଆବଶ୍ୟକ, ଖାସ୍‌କରି ନିୟନ୍ତ୍ରଣ ବାହାରକୁ ଯାଉଥିବା ବସ୍ତୁଗୁଡ଼ିକର ବିପଦ ପ୍ରତି ।

ବୈଷୟିକ ପ୍ରଗତିର ଦୋହରା ପ୍ରକୃତି ଉପରେ ହିଣ୍ଟନ୍‌ ଆଲୋକପାତ କରିଛନ୍ତି । ସ୍ୱାସ୍ଥ୍ୟସେବା, ବୈଜ୍ଞାନିକ ଅନୁସନ୍ଧାନ ଏବଂ ଜଳବାୟୁ ପରିବର୍ତ୍ତନ ହ୍ରାସ ଭଳି ବିଭିନ୍ନ କ୍ଷେତ୍ରରେ ଏଆଇର ବ୍ୟାପକ ଲାଭକୁ ସ୍ୱୀକାର କରିବା ସହିତ ଏହାର ଅପବ୍ୟବହାର ଓ ଅପ୍ରତ୍ୟାଶିତ ପରିଣାମକୁ ନେଇ ସଚେତନ ରହିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *