ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ
ପାକିସ୍ତାନରେ ଗୁରୁବାର ଯାତ୍ରୀବାହୀ ଗାଡ଼ି ଉପରରେ ଆତଙ୍କବାଦୀ ଆକ୍ରମଣରେ ୩୮ ଜଣଙ୍କ ମୃତ୍ୟୁ ଘଟିଛି।କୁରମ ଜିଲ୍ଲାର ଓଚାଟ ଅଞ୍ଚଳରେ ଆତଙ୍କବାଦୀମାନେ ଯାତ୍ରୀବାହୀ ଗାଡ଼ି ଉପରକୁ ଗୁଳି ଚଳାଇବାରୁ ଜଣେ ମହିଳା ଓ ଜଣେ ଶିଶୁଙ୍କ ସମେତ ଅତି କମରେ ୩୮ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି। ଆକ୍ରମଣରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।
