odisha

କନ୍ଧମାଳର ରାଜଲକ୍ଷ୍ମୀ ପ୍ରଧାନଙ୍କୁ ମିଳିଛି ବାଜି ରାଉତ ସ୍ମାରକୀ ସମ୍ମାନ

Spread the love

କନ୍ଧମାଳର ରାଜଲକ୍ଷ୍ମୀ ପ୍ରଧାନଙ୍କୁ ମିଳିଛି ବାଜି ରାଉତ ସ୍ମାରକୀ ସମ୍ମାନ। କନ୍ଧମାଳ ଜିଲା ଟିକାବାଲି ବ୍ଲକର ମଲ୍ଲିକପଡ଼ା ଗ୍ରାମର ରାଜଲକ୍ଷ୍ମୀ ବର୍ତ୍ତମାନ ଫୁଲବାଣୀ ଆଇଟିଆଇରେ ଅଧ୍ୟୟନରତ। କେବଳ ନିଜର ନୁହେଁ, ଅନ୍ୟ ୪ ଜଣଙ୍କ ବାଲ୍ୟ ବିବାହ ବନ୍ଦ କରିବାରେ ସେ ସଫଳ ହୋଇଛନ୍ତି। ଏବେବି ସେ ବାଲ୍ୟ ବିବାହ ବିରୋଧରେ ତାଙ୍କର ସଂଗ୍ରାମ ଜାରି ରଖିଥିବାବେଳେ ତାଙ୍କର ଏହି ସମାଜ ସଂସ୍କାର କାର୍ଯ୍ୟପାଇଁ ବୁଧବାର ଭୁବନେଶ୍ୱର ଏକାମ୍ର ହାଟରେ ଆୟୋଜିତ ୩୫ତମ ଶିଶୁମେଳାର ଉଦ୍‌ଯାପନୀ ଉତ୍ସବରେ ଅତିଥିମାନେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି।

Leave a Reply

Your email address will not be published. Required fields are marked *