ହାଇ ବ୍ଲଡ୍ ପ୍ରେସରକୁ ନେଇ ଚିନ୍ତିତ କି ?
ବର୍ତ୍ତମାନ ସମୟରେ ଲୋକମାନଙ୍କ ପାଇଁ ହାଇ ବ୍ଲଡ୍ ପ୍ରେସର ଏକ ବହୁତ ବଡ଼ ସମସ୍ୟା ପାଲଟିଛି । ଯଦି ଏହା ସମୟ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ହୃଦଘାତ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ଭଳି ଅନେକ ଗୁରୁତର ରୋଗ ସୃଷ୍ଟି କରିପାରେ । ତେଣୁ ବଢୁଥିବା ରକ୍ତଚାପକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ ।
ବିଶେଷଜ୍ଞଙ୍କ ଅନୁଯାୟୀ, ନିିତିଦିନ ଖାଦ୍ୟରେ କିଛି ବିଶେଷ ଖାଦ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ କରି ଆପଣ ହାଇ ବିପି ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ, ଆସନ୍ତୁ ଜାଣିବା ସେହି ଖାଦ୍ୟଗୁଡ଼ିକ ବିଷୟରେ –
ସବୁଜ ପନିପରିବା : ସବୁଜ ପନିପରିବା ଆମ ଖାଦ୍ୟର ଏକ ଅବିଚ୍ଛ୍ୟଦ ଅଙ୍ଗ । ଏହା କେବଳ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ନାହିଁ ବରଂ ହାଇ ବ୍ଲଡ୍ ପ୍ରେସର ଭଳି ସମସ୍ୟାକୁ ନିୟନ୍ତ୍ରଣ କରିବାରେ ମଧ୍ୟ ବିଶେଷ ସହାୟକ ହୋଇଥାଏ । ପାଳଙ୍ଗ ପରି ପତ୍ରଯୁକ୍ତ ସବୁଜ ପନିପରିବା ପୋଟାସିୟମ୍, ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର , ଯାହା ଶରୀରରେ ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
କଦଳୀ : ପୋଟାସିୟମରେ ଭରପୂର କଦଳୀ ମଧ୍ୟ ହାଇ ବ୍ଲଡ୍ ପ୍ରେସର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଦିନକୁ ଗୋଟିଏ କଦଳୀ ଖାଇବା ଦ୍ୱାରା କେବଳ ଆପଣ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ ନାହିଁ ବରଂ ଏହା ସହ ଜଡ଼ିତ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ରୋକିପାରିବେ । କଦଳୀ ହେଉଛି ଏକ ଏପରି ଫଳ, ଯାହା ସହଜରେ ଖାଦ୍ୟରେ ଅନ୍ତର୍ଭୁକ୍ତ ହୋଇପାରିବ ।
ବିଟ୍ରୁଟ୍ : ହାଇ ବ୍ଲଡ୍ ପ୍ରେସର ନିୟନ୍ତ୍ରଣ କରିବାରେ ବିଟ୍ରୁଟ୍ ବିଶେଷ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଏଥିରେ ଥିବା ପୃଷ୍ଟିକର ଉପାଦାନଗୁଡ଼ିକ ବ୍ଲଡ୍ ଭେସଲ୍ସ୍ ଖୋଲିବାରେ ସାହାଯ୍ୟ କରିଥାଏ , ଯାହା ଦ୍ୱାରା ରକ୍ତ ପ୍ରବାହରେ ଉନ୍ନତି ହୋଇଥାଏ ଏବଂ ରକ୍ତ ଚାପକୁ ହ୍ରାସ କରିଥାଏ ।

