ଏହି ଲୋକମାନେ ଭୁଲରେ ଖାଆନ୍ତୁ ନାହିଁ ଅମୃତଭଣ୍ଡା
ଆପଣମାନେ ତ ଜାଣିଥିବେ ଫଳ ଆମ ସ୍ଵାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ତେବେ ଏପରି ମଧ୍ୟ କୁହାଯାଏ ଯେ କିଛି ଫଳ ଆମ ସ୍ଵାସ୍ଥ୍ୟକୁ କ୍ଷତି ପହଞ୍ଚାଇ ପରେ । ତାହେଲେ ଆସନ୍ତୁ ସେହି ଫଳ ବିଷୟରେ ଜାଣିବା । ସେହି ସବୁ ଫଳ ମଧ୍ୟରେ ଅମୃତଭଣ୍ଡା ଅନ୍ୟତମ । ତେବେ ଏହା ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ । ଅମୃତଭଣ୍ଡା କିଛି ଲୋକଙ୍କୁ କ୍ଷତି ପହଞ୍ଚାଇଥାଏ । ଏହାକୁ ଖାଇବା ଯେତିକି ଭଲ ସେତିକି ଖରାପ୍ ।କିନ୍ତୁ ଏଥିରେ ଅନେକ ଜିନିଷ ଅଛି ଯେଉଁଥିପାଇଁ କିଛି ଲୋକଙ୍କୁ ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ । ଅମୃତଭଣ୍ଡା ଖାଇବାଦ୍ୱାରା ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରେ ।
କିଡନୀ ଷ୍ଟୋନ ରୋଗୀ : ଯଦି ଆପଣଙ୍କର କିଡନୀ ଷ୍ଟୋନ ସମସ୍ୟା ଅଛି ତେବେ ଆପଣ ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ । ଅମୃତଭଣ୍ଡା ଭିଟାମିନ୍ ସି’ ରେ ଭରପୁର ହୋଇଥାଏ । ଯାହା ଏକ ଆଣ୍ଟିଅକ୍ସିଡାଣ୍ଟ ଅଟେ । ଅଧିକ ଅମୃତଭଣ୍ଡା ଖାଇବା ଦ୍ୱାରା କିଡନୀ ଷ୍ଟୋନ ସମସ୍ୟା ବଢ଼ିପାରେ । ଅମୃତଭଣ୍ଡା ଖାଇବା ଦ୍ୱାରା କ୍ୟାଲସିୟମ ଅକ୍ସାଲେଟ୍ ର ସମସ୍ୟା ସୃଷ୍ଟି ହୋଇପାରେ । ଯାହା କିଡନୀରେ ବଡ ଷ୍ଟୋନ ସୃଷ୍ଟି କରିପାରେ ।
ଗର୍ଭାବସ୍ଥା ସମୟରେ : ଗର୍ଭବତୀ ମହିଳାମାନଙ୍କୁ ଅମୃତଭଣ୍ଡା ନ ଖାଇବାକୁ ପରାମର୍ଶ ଦିଆଯାଏ । ଏହା କୁହାଯିବାର କାରଣହେଉଛି ଅମୃତଭଣ୍ଡାରେ ଲାଟେକ୍ସ ଥାଏ । ଯାହା ଗର୍ଭାଶୟ ସଙ୍କୁଜନକୁ ଟ୍ରିଗର କରିପାରେ । ଅମୃତଭଣ୍ଡା ଖାଇବା ଦ୍ୱାରା ଗର୍ଭାବସ୍ଥାରେ ଶିଶୁକୁ ସପୋର୍ଟ କରୁଥିବା ଝିଲ୍ଲୀ ମଧ୍ୟ ଦୁର୍ବଳ ହୋଇପାରେ ।
ଆଲର୍ଜି ଥିବା ଲୋକମାନେ : ଯଦି ଆପଣ ଆଲର୍ଜି ସମସ୍ୟାରେ ପୀଡିତା । ତାହେଲେ ଆପଣ ଅମୃତଭଣ୍ଡା ଖାଇବା ଉଚିତ୍ ନୂହେଁ । ଅମୃତଭଣ୍ଡା ଭିତରେ ଏନଜାଇମ୍ ରହିଥାଏ, ଯାହାକୁ ଚିଟିନେଜ୍ ମଧ୍ୟ କୁହାଯାଏ । ଯାହା ଆଲର୍ଜି ଥିବା ଲୋକଙ୍କ ପାଇଁ କ୍ଷତି ହୋଇଥାଏ । ସେଥିପାଇଁ ଅମୃତଭଣ୍ଡା ଖାଇବା ପୂର୍ବରୁ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍ ଆଗକୁ ଯାଇ ଆପଣ ବଡ଼ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

