ସ୍ୱାସ୍ଥ୍ୟ

ବୋତଲ ପାଣି ପିଉଥିଲେ ସାବଧାନ ଏଥିରେ ଲୁଚି ରହିଛି ଅନେକ ସଂକ୍ରାମଣକାରୀ ବୀଜାଣୁ

Spread the love

ବୋତଲ ପାଣିରେ ରହିଛି ସଂକ୍ରମଣକାରୀ ବୀଜାଣୁ , ସାବଧାନ! ଯଦି ପିଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ। ନଚେତ୍‌ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବୋତଲ ପାଣି ଜୀବାଣୁମୁକ୍ତ ବୋଲି ଦାବି କରାଯାଉଥିଲେ ମଧ୍ୟ ସେଥିରେ ଅନେକ ସଂକ୍ରମଣକାରୀ ବୀଜାଣୁ ରହିଥିବା ପରୀକ୍ଷାରୁ ଜଣାପଡ଼ିଛି। ବୋତଲ ପାଣିରେ ଭରି ରହିଥିବା ବିପଜ୍ଜନକ ରାସାୟନିକ ପଦାର୍ଥ। ଜଳକୁ ସୁରକ୍ଷିତ ରଖୁଥିବା ସେହି ପ୍ଳାଷ୍ଟିକ୍‌ ବୋତଲଗୁଡ଼ିକ ସାଧାରଣତଃ ପଲିଇଥିଲିନ୍‌ ଟେରିଅଫ୍‌ଥାଲେଟ୍‌ ନାମକ ପଦାର୍ଥରେ ନିର୍ମିତ। ତାପମାତ୍ରା ବଢ଼ିଲେ ପେଟ୍‌ରୁ ଆଣ୍ଟିମନି ଓ ଅଫ୍‌ଥାଲେଟ୍‌ ପରି ରାସାୟନିକ ନିର୍ଗତ ହୋଇ ବୋତଲ ଭିତର ପାଣିରେ ମିଶିଥାଏ। ଏହି ରାସାୟନିକ ପଦାର୍ଥଗୁଡ଼ିକ ଆମ ଅନ୍ତସ୍ରାବୀ କ୍ରିୟାରେ ବାଧା ଉପୁଜାଇବା ସହ ନାନା ପ୍ରକାର ପ୍ରଜନନ ସମସ୍ୟା ଆଣିଥାନ୍ତି।

ସେହିପରି ନାମୀଦାମୀ ପାଣି ବୋତଲରେ ମଧ୍ୟ ଅଗଣିତ ଅଣୁପ୍ଲାଷ୍ଟିକ ରହିଥାଏ। ଏହି ଅଣୁପ୍ଲାଷ୍ଟିକ୍‌ ଟୁକୁଡ଼ାଗୁଡ଼ିକ ଶରୀରରେ ପ୍ରଦାହ ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଆଣିଥାଏ।
ପ୍ରାକୃତିକ କଳ ପାଣିରେ ରହିଥିବା କ୍ୟାଲସିଅମ୍‌ ଓ ମାଗ୍ନେସିଅମ୍‌ ପରି ଅନେକ ଉପକାରୀ ଖଣିଜ ଏହି ବୋତଲପାଣିରେ ନଥାଏ। କାରଣ ବୋତଲ ପାଣିକୁ ମାତ୍ରାଧିକ ପରିସ୍ରବଣ କରାଯାଉଥିବାରୁ ସେଥିରୁ ଏହି ସବୁ ଖଣିଜ ପଦାର୍ଥ ଛାଣି ହୋଇ ରହିଯାଇଥାଏ। ତେଣୁ ବୋତଲପାଣି ଅପେକ୍ଷା କଳପାଣି ଅଧିକ ସ୍ବାସ୍ଥ୍ୟାନୁକୂଳ

ବିଭିନ୍ନ କମ୍ପାନିର ଏହି ବୋତଲ ପାଣି ଯେତେ ପରିଷ୍କୃତ ଓ ଜୀବାଣୁମୁକ୍ତ ବୋଲି ଦାବି କରାଯାଉଥିଲେ ହେଁ ସେଥିରେ ଅନେକ ସଂକ୍ରମଣକାରୀ ବୀଜାଣୁ ରହିଥିବା ପରୀକ୍ଷାନିରୀକ୍ଷାରୁ ଜଣାପଡ଼ିଛି। ତେଣୁ ତାହା ଶରୀରକୁ ଯାଇ ପାକସ୍ଥଳୀ ସଂକ୍ରମଣ ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ।

Leave a Reply

Your email address will not be published. Required fields are marked *