ଅତ୍ୟଧିକ କାମ ଚାପ ଯୋଗୁଁଁ ଯାଉଛି ଜୀବନ
ଚାକିରିରେ ସଫଳତା ପାଇବା ପାଇଁ ବର୍ତ୍ତମାନ ଯୁଗରେ ଅଧିକରୁ ଅଧିକ ସମୟ ଧରି କାମ କରିବା ଏକ ଟ୍ରେଏକ ରିପୋର୍ଟ ଅନୁସାରେ ଗତବର୍ଷ ୩୦ଟି ଦେଶକୁ ନେଇ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ ୬୦ପ୍ରତିଶତ ଲୋକ କାର୍ଯ୍ୟଭାର କାରଣରୁ ଅତ୍ୟନ୍ତ ଥକ୍କା ଏବଂ ଚିନ୍ତାରେ ରହିଥାନ୍ତି।ଣ୍ଡରେ ପରିଣତ ହୋଇଛି। ସମସ୍ତେ ନିଜକୁ ପରିଶ୍ରମୀ ସାବ୍ୟସ୍ତ କରିବାକୁ ଚାହାଁନ୍ତି, କିନ୍ତୁ ଏପରି କରିବା ଦ୍ୱାରା ଶରୀର ପାଇଁ ମାରାତ୍ମକ ସାବ୍ୟସ୍ତ ହେଉଛି। ନିକଟରେ କେରଳର କୋଚିରେ ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟଙ୍କ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁଁ ମୁତ୍ୟୁ ଘଟିଥିଲା
ଆନ୍ନା ସେବାଷ୍ଟିଆନ ପେରିୟଲ ଇୱାଇ କମ୍ପାନୀରେ ପ୍ରଥମ କରି ଚାକିରି କରିଥିଲେ। ସେଠାରେ ମାତ୍ର ୪ମାସ କାମରେ ଆନ୍ନା ସେବାଷ୍ଟିଆନଙ୍କ ଉପରେ ଏତେ ମାତ୍ରାରେ ଚାପ ପଡ଼ିଥିଲା ସେ ତାଙ୍କର ଜୀବନ ଚାଲିଯାଇଥିଲା। ଏହି ଘଟଣା ପରେ ଆନ୍ନାଙ୍କ ମା ଏକ ଚିଠି ଲେଖି କାର୍ଯ୍ୟ କ୍ଷେତ୍ରରେ ଅସ୍ୱାସ୍ଥ୍ୟକର କାର୍ଯ୍ୟଶୈଳୀ ବିଷୟରେ ଅନେକ ପର୍ଦ୍ଦାଫାସ କରିଛନ୍ତି। ଯାହାପରେ ସେହି ଅଫିସରେ କାର୍ଯ୍ୟଭାରକୁ ନେଇ ଚର୍ଚ୍ଚା ଜୋର ଧରିଛି।ଏହାସହିତ ଭାରତୀୟମାନେ ସର୍ବନିମ୍ନ ଛୁଟି ନେଉଥିବା ମଧ୍ୟ ଜଣାପଡ଼ିଛି।

