୨୦୫୦ ସୁଦ୍ଧା ଭାରତ, ଆମେରିକା ଓ ଚୀନ୍ ବିଶ୍ୱରେ ୩ ମହାଶକ୍ତି ରହିବେ
ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ପୂର୍ବାନୁମାନ କରିଛନ୍ତି ଯେ ୨୦୫୦ ସୁଦ୍ଧା ଭାରତ, ଆମେରିକା ଓ ଚୀନ୍ ବିଶ୍ବର ମହାଶକ୍ତି ଭାବରେ ଉଭା ହେବେ ଏବଂ ଏକ ‘ଜଟିଳ ବିଶ୍ୱ ବ୍ୟବସ୍ଥା’ ସୃଷ୍ଟି କରିବେ ଯାହା ପାଇଁ ବିଶ୍ୱନେତାମାନେ ପ୍ରସ୍ତୁତ ରହିବା ଉଚିତ। ଷ୍ଟ୍ରେଟ୍ସ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତ୍କାରରେ ୭୧ ବର୍ଷୀୟ ବ୍ଲେୟାର କହିଛନ୍ତି ଯେ ଏହି ତିନୋଟି ଦେଶ ଦ୍ୱାରା ନିର୍ମିତ ଏକ ବହୁଧ୍ରୁବୀୟ ବିଶ୍ୱ ସହ ଅନ୍ୟ ଦେଶଗୁଡ଼ିକୁ ଖାପ ଖୁଆଇବାକୁ ପଡ଼ିବ। ଏହି ଶତାବ୍ଦୀର ମଧ୍ୟଭାଗ ବେଳକୁ ତିନୋଟି ମହାଶକ୍ତି ପ୍ରଭାବଶାଳୀ ଭାବେ ଉଭା ହେବେ। ସେମାନେ ହେଉଛନ୍ତି ଆମେରିକା, ଚୀନ୍ ଓ ଭାରତ।

