ଦେଶ ବିଦେଶ

୭ଟଙ୍କା ବୃଦ୍ଧି ପାଇ ୧,୭୮୦ ଟଙ୍କାରେ ପହଞ୍ଚିଲା; ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର

Spread the love

ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର ବୃଦ୍ଧି । କିଲୋଗ୍ରାମ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରରେ ୭ଟଙ୍କା ବୃଦ୍ଧି ପାଇଛି । ଅଏଲ୍ ମାର୍କେଟିଂ କମ୍ପାନୀମାନେ ପ୍ରତି ମାସ ପହିଲାରେ ତୈଳ ଦରରେ ସଂଶୋଧନ କରିଥାନ୍ତି । ଜୁଲାଇ ୧ ତାରିଖରେ ସେଭଳି କିଛି ସଂଶୋଧନ ହୋଇନଥିଲା। ମାତ୍ର ତିନି ଦିନ ପରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି । ରାଜଧାନୀ ଦିଲ୍ଲୀରେ ପୂର୍ବରୁ ଦର ୧,୭୭୩ ଟଙ୍କା ଥିବାବେଳେ ଏହା ବୃଦ୍ଧି ପାଇଁ ୧,୭୮୦ ଟଙ୍କାରେ ପହଞ୍ଚିଛି । ହେଲେ ଘରୋଇ ଏଲପିଜି ସିଲିଣ୍ଡର ଉପରେ କୌଣସି ପ୍ରଭାବ ପଡ଼ିନାହିଁ । କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଲଗାତାର ଦୁଇ ମାସ ହ୍ରାସ ପାଇବା ପରେ ଏବେ ଦର ବଢ଼ିଛି । ଜୁନ୍ ପହିଲାରେ ସିଲିଣ୍ଡର ଉପରେ ୮୩.୫୦ଟଙ୍କା ଶସ୍ତା ହୋଇଥିଲା । ସେହିପରି ମେ’୧ତାରିଖରେ ଗ୍ୟାସ୍ ଦର ୧୭୨ଟଙ୍କା କମିଥିଲା । ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୪ କିଲୋଗ୍ରାମ୍ ଗ୍ୟାସ ସିଲିଣ୍ଡର ୧୧୦୩ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *