ବିଶ୍ବର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବେ ରାଙ୍କ ୧ରେ ସିଙ୍ଗାପୁର
ଏବେ ବିନା ଭିସାରେ ୫୭ ଦେଶକୁ ଯାତ୍ରା କରି ପାରିବେ ଭାରତୀୟ . ହେନଲି ପୋସପୋର୍ଟ ଇଣ୍ଡେକ୍ସର ଏକ ରିପୋର୍ଟରେ ଏହା ପ୍ରକାଶିତ କରାଯାଇଛି. ମଙ୍ଗଳବାର ଦିନ ହେନଲି ପାସପୋର୍ଟ ଇଣ୍ଡେକ୍ସର ପାସପୋର୍ଟ ରାଙ୍କିଂ ରିପୋର୍ଟ ପ୍ରକାଶ କରାଯାଇଛି. ଯେଉଁଥିରେ ୮୦ତମ ରାଙ୍କିଂରେ ରହିଛି ଭାରତ . ୨୦୨୨ ତୁଳନାରେ ୫ଟି ରାଙ୍କିଂ ଉପରେ ରହିଛି ଭାରତର ସ୍ଥାନ . ଟୋଗୋ ଏବଂ ସେନେଗଲ ଦେଶ ଭଳି ଭାରତ ମଧ୍ୟ ୫୭ଟି ଦେଶକୁ ବିନା ଭିସାରେ ଯାତ୍ରା କରିପାରିବ . ତେବେ ଭାରତ ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ, ଜାମାଇକା , ଶ୍ରୀଲଙ୍କା ଭଳି ଦେଶକୁ ଯାତ୍ରା କରିପାରିବେ ଭାରତୀୟ. କିନ୍ତୁ ୧୭୭ ଦେଶ ଯେମିତିକି ଚୀନ, ଜାପାନ , ଋଷିଆ, ୟୁରୋପୀୟ ଦେଶ ଗୁଡିକରେ ଯିବାକୁ ହେଲେ ଭାରତକୁ ଭିସାର ଆବଶ୍ୟକତା ରହିଛି. ତେବେ ଚଳିତ ଥର ଜାପାନକୁ ହଟାଇ ସିଙ୍ଗାପୁର ବିଶ୍ବର ସବୁଠୁ ଶକ୍ତିଶାଳୀ ପାସପୋର୍ଟ ଭାବେ ରାଙ୍କ ୧ରେ ରହିଛି. ସିଙ୍ଗାପୁରକୁ ୧୯୨ଟି ଦେଶକୁ ବିନା ଭିସାରେ ଯାତ୍ରା କରିପାରିବ . ଦୀର୍ଘ ୫ବର୍ଷ ନମ୍ବର ୱାନ ସ୍ଥାନରେ ରହିବା ପରେ ଜାପାନ ୩ ନମ୍ବର ସ୍ଥାନକୁ ଖସି ଯାଇଛି. ସେହିପରି ଆମେରିକା ଅଷ୍ଟମ ସ୍ଥାନ ରାଙ୍କରେ ରହିଛି. ସବୁଠୁ ଶେଷରେ ରହିଛି ଆଫଗାନିସ୍ତାନ . ଡ. କ୍ରିଷ୍ଟିଆନ . ଏଚ. କେଲିନ ଏହି ପାସପୋର୍ଟ ଇଣ୍ଡେକ୍ସ ତିଆରି କରିଥିଲେ. ଏଥିରେ ୧୯୯ଟି ଦେଶର ପାସପୋର୍ଟ ଏବଂ ୨୨୭ ଟି ଭ୍ରମଣୀୟ ସ୍ଥାନ ସାମିଲ ରହିଛି. ଏହାକୁ ଆନ୍ତର୍ଜାତୀୟ ବିମାନ ପରିବହନ ପ୍ରାଧିକରଣ ବା ଇଣ୍ଟରନେସନାଲ ଏୟାର ଟ୍ରାନ୍ସପୋର୍ଟ ଅଥୋରିଟି (IATA)ଦ୍ବାରା ପାସପୋର୍ଟ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରାଯାଇଥାଏ. ଯେତେବେଳେ ଭିସା ସମ୍ବନ୍ଧୀୟ କିଛି ନୂଆ ନିୟମ ଲାଗୁ ହୋଇଥାଏ, ସେତେବେଳେ ଏହା ସଠିକ ସମୟରେ ତାର ରିପୋର୍ଟ ପ୍ରକାଶ କରିଥାଏ.
