ଅଣନିଶ୍ବାସୀ କରୁଛି ଦିଲ୍ଲୀ ପ୍ରଦୂଷଣ
ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିଚାଲିଥିବା ବେଳେ ଅଧିକାଂଶ ଦିଲ୍ଲୀ ବାସିନ୍ଦା ଏବେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି |ଅତ୍ୟନ୍ତ ଖରାପ ବାୟୁ ମାନ ପାଇଁ ପ୍ରଧାନ ବିଚାରପତିଙ୍କୁ ତାଙ୍କ ଡାକ୍ତର ପ୍ରାତଃ ଭ୍ରମଣ ବନ୍ଦ କରିବାପାଇଁ ପରାମର୍ଶ ଦେଇଛନ୍ତି।ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ଘୋଷଣା କରିଛନ୍ତି ଯେ ଦିଲ୍ଲୀରେ ସମସ୍ତ ୧୩ଟି ହଟ୍ସ୍ପଟ୍ରେ ଡ୍ରୋନ୍ ନିରୀକ୍ଷଣ କରାଯିବ।ଏହିସବୁ ହଟ୍ସ୍ପଟ୍ଗୁଡ଼ିକରେ ପ୍ରଦୂଷଣ ସ୍ତର ସ୍ବାଭାବିକ ଏକ୍ୟୁଆଇ ( ବାୟୁ ମାନ ସୁଚକାଙ୍କ)ଠାରୁ ଅଧିକ ରହୁଛି।
ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଥିବା ନେଇ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଏକ ଚିଠି ଲେଖି ନଭେମ୍ବର ୧ରୁ ଫେବ୍ରୁଆରି ଶେଷ ପର୍ଯ୍ୟନ୍ତ ୪ ମାସ ପାଇଁ ସିଭିଲ୍ ଡିଫେନ୍ସ ଭଲ୍ୟୁଣ୍ଟିୟର ମୁତୟନ କରିବାକୁ ପ୍ରସ୍ତାବ ଦେଇଛନ୍ତି।

