ଥ୍ରିସୁରର ୭୮ ସୁନା କମ୍ପାନିରୁ ୧୦୮ କିଲୋ ସୁନା ଜବତ
କେରଳର ଜିଏସ୍ଟି ବିଭାଗ ଗୁଇନ୍ଦା ଶାଖା ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନରେ ଥ୍ରିସୁରର ୭୮ଟି ସୁନା ତିଆରି କମ୍ପାନି ଏବଂ ହୋଲସେଲ୍ ଡିଲରଙ୍କ ଘରେ ଚଢ଼ଉ କରି ୧୦୮ କିଲୋ ହିସାବ ବହିର୍ଭୂତ ସୁନା ଜବତ କରିଛି। ଏହି ଚଢ଼ଉର କୋଡ୍ ନାଁ ଦିଆଯାଇଛି ‘ଟରେ ଡେଲ୍ ଓରୋ’ ବୁଧବାର ଅପରାହ୍ନ ୪.୩୦ରୁ ଗୁରୁବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଥ୍ରିସୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଢ଼ଉ ଚାଲିଥିଲା। ଏହି ଚଢ଼ଉକୁ ଗୁପ୍ତ ରଖିବାପାଇଁ ରାଜ୍ୟର ବିଭିନ୍ନ ଅଂଶରୁ ୭୦୦ରୁ ଅଧିକ ଅଧିକାରୀଙ୍କୁ ଅଣାଯାଇଥିଲା।ଗତ ୫ ବର୍ଷ ମଧ୍ୟରେ ଏହି କମ୍ପାନିଗୁଡ଼ିକ ଦ୍ବାରା ଗଚ୍ଛିତ ଏବଂ ବିକ୍ରି କରାଯାଇଥିବା ହିସାବ ବହିର୍ଭୁତ ସୁନାକୁ ନେଇ ବିଭାଗ ତଦନ୍ତ କରୁଛି।

