ଦେଶ ବିଦେଶ

ମହାକୁମ୍ଭରେ କାହିଁକି ହେଲା ଦଳାଚକଟା ?

Spread the love

ମୌନୀ ଅମାବାସ୍ୟା ଥିବାରୁ ପବିତ୍ର ଦିନରେ ସଂଗମ ସ୍ଥଳରେ ବୁଡ ପକାଇ ପୂଣ୍ୟ ଅର୍ଜିବାକୁ ୧୦ କୋଟି ଲୋକଙ୍କ ସମାଗମ ହୋଇଥିବା ବେଳେ ସଙ୍ଗମ ଘାଟ ପାଖରେ ଖାଲି ୨୫ ଲକ୍ଷ ଲୋକ ଏକାଠି ହୋଇଥିଲେ । କିଏ ରାତିରୁ ବୁଡ ପକାଇ ସାରିଥିଲା ତ ଆଉ କିଏ ପବିତ୍ର ମୁହୂର୍ତ୍ତରେ ବୁଡ ପକାଇବାକୁ ଅପେକ୍ଷା କରିଥିଲା । ଯେଉଁମାନେ ବୁଡ ପକାଇ ସାରିଥିଲେ ସେମାନେ ଫେରିବାକୁ ବାଟ ପାଇ ନଥିଲେ ଲକ୍ଷ ଲକ୍ଷ ଲୋକଙ୍କୁ ଆଡେଇ ବାହାରିବା ସେମାନଙ୍କ ପାଇଁ ସମ୍ଭବ ନଥିଲା ଆଉ ଏତିକି ବେଳେ ଏକ ଭିଡର ଜୁଆର ସେମାନଙ୍କୁ ଧକ୍କା ଦେଇଥିଲା ଯାହା ପରେ ଜନଜୁଆର ସଂଗମ ଘାଟରେ ଥିବା ଲୋକଙ୍କ ଉପରେ ମାଡି ଯାଇଥିଲା । ସ୍ଥିତି ଏମିତି ଥିଲା ଯେ ଜଣଙ୍କ ଉପରେ ପାଖାପାଖି ୨୦ରୁ ୨୫ ଜଣ ପଡିଥିଲେ ଆଉ ସେହି ଭିଡ ଅନେକ ଲୋକଙ୍କ ଜୀବନ ନେଇଗଲା |କାହିଁକି ହେଲା ଏତେ ବଡ ଅଘଟଣ ?ବୋଲି ଯେତେବେଳେ ପ୍ରଶ୍ନ ଉଠୁଛି ସେତେବେଳେ ପ୍ରଶାସନ ଲୋକଙ୍କ ଉପରେ ଦୋଷ ଲଦିଛି । ଲୋକେ ପ୍ରଶାସନ କଥା ଶୁଣୁନଥିଲେ, ମାଇକରେ ନିୟମ ମାନିବାକୁ କହୁଥିଲେ ବି କେହି ମାନୁ ନଥିଲେ, ଆପପାଖରେ ଥିବା ଘାଟରେ ସ୍ନାନ ନକରି ସମସ୍ତେ ସଙ୍ଗମ୍ ଘାଟ ମୁହାଁ ହୋଇଥିଲେ ବୋଲି ପ୍ରଶାସନ ଶ୍ରଦ୍ଧାଳୁଙ୍କ ମୁଣ୍ଡରେ ଅଠା ବୋଳି ଖସିବାକୁ ଚେଷ୍ଟା କରୁଥିୂବା ବେଳେ ଲୋକେ କିନ୍ତୁ ପ୍ରଶାସନ ଭିଡ ନିୟନ୍ତ୍ରଣରେ ବିଫଳ ହେଲା ବୋଲି ଅଭିଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *