ଦେଶ ବିଦେଶ

ଭାରତ-ଚୀନ୍‌ ସୀମା ବିବାଦର ଅନ୍ତ ଘଟାଇବାକୁ ପ୍ରୟାସ

Spread the love

ପୂର୍ବ ଲଦାଖରେ  ସୀମା ବିବାଦର ଅନ୍ତ ଘଟାଇବା ପାଇଁ ଭାରତ ଓ ଚୀନ୍ ମଧ୍ୟରେ ବୁଝାମଣା ହେବାର କିଛି ଦିନ ପରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ର ଦୁଇଟି ବିବାଦୀୟ ସ୍ଥାନରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଛି।  ଅକ୍ଟୋବର ୨୯ ତାରିଖ ସୁଦ୍ଧା ଏହା ଶେଷ ହେବ ଏବଂ ଚଳିତ ମାସ ଶେଷ ସୁଦ୍ଧା ପାଟ୍ରୋଲିଂ ଆରମ୍ଭ ହେବ।ଡେମ୍‌ଚୋକ୍‌ ଅଞ୍ଚଳରେ ଉଭୟ ପାର୍ଶ୍ୱରେ ୫ଟି ତମ୍ବୁ ଏବଂ ଡେପ୍‌ସାଙ୍ଗ୍‌ର ଅଧା ଅସ୍ଥାୟୀ ନିର୍ମାଣକୁ ଉଚ୍ଛେଦ କରାଯାଇଛି। ୨୦୨୦ ଏପ୍ରିଲ ପୂର୍ବରୁ ଉଭୟ ପକ୍ଷର ସୈନିକମାନେ ନିଜ ଅକ୍ତିଆରରେ ଥିବା ସ୍ଥାନକୁ ଫେରିଯିବେ ଏବଂ ସେମାନେ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ପାଟ୍ରୋଲିଂ କରିଥିବା ଅଞ୍ଚଳରେ ପାଟ୍ରୋଲିଂ କରିବେ।

Leave a Reply

Your email address will not be published. Required fields are marked *