ଫୁଲୁଛି କାଂଶବାଂଶ : ନଦୀକୂଳିଆ ଲୋକେ ଏହି ବନ୍ୟାଜଳକୁ ନେଇ ବେଶ ଚିନ୍ତିତ।
ଗୋଟିଏ ପଟେ ବାତ୍ୟା ଦାନାର ପ୍ରଭାବରେ ରାସ୍ତାଘାଟ ବନ୍ଦ ରହିବା ସହିତ ଅନେକ ଲୋକଙ୍କ ଘରେ ପାଣି ପଶିଯାଇଛି। ଏପରିସ୍ଥିତିରେ ଆଉ ଏକ ବିପଦ ସ୍ଥାନୀୟ ନଈକୂଳିଆ ଲୋକଙ୍କ ମନରେ ଛାନିଆ ସୃଷ୍ଟି କରିଛି। ବାତ୍ୟା ଦାନା ଚାଲିଯିବା ପରେ ବନ୍ୟାଜଳକୁ ନେଇ ଏବେ ନଦୀକୂଳିଆ ଲୋକମାନେ ଭୟଭୀତ ଥିବା ଜଣାପଡ଼ିଛି।କାଂଶବାଂଶ ନଦୀର ଜଳସ୍ତର ୭.୫୦୫ଏମ ହେଲେ ଏହାକୁ ବିପଦସଙ୍କୁଳ କୁହାଯାଉଥିବା ବେଳେ ଗତକାଲି ରାତି ୧୧ଟା ସୁଦ୍ଧା ନଦୀର ଜଳସ୍ତର ୭.୧୬୫ଏମ ଥିଲା, ମାତ୍ର ଆଜି ସକାଳ ୭:୩୦ ସୁଦ୍ଧା ନଦୀର ଜଳ ବଢି ୭.୪୫୫ଏମରେ ଥିବା ଜଣାପଡ଼ିଛି।
ଅନ୍ୟପଟେ ବର୍ଷା ଲାଗିରହିଥିବା ବେଳେ ନଦୀର ଜଳ ସମୟାନୁସାରେ ବଢୁଥିବାରୁ ନଦୀକୂଳିଆ ଲୋକେ ଭୟଭୀତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
