ମନୋରଞ୍ଜନ

ଡିସେମ୍ବର ୫ରେ ରିଲିଜ ହେବ “ପୁଷ୍ପା-୨

Spread the love

ଦି ରୁଲ୍’ ସମଗ୍ର ୱାର୍ଲଡ୍ ୱାଇଡ୍ ସିନେମା ହଲରେ ରିଲିଜ ହେବାକୁ ଯାଉଛି । ଅନେକ ପରିବର୍ତ୍ତନ ପରେ ନିର୍ମାତାମାନେ ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହାର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି ।ବର୍ତ୍ତମାନ ଲୋକମାନେ ଏହାର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଆଗାମୀ ଫିଲ୍ମର ନୂଆ ରିଲିଜ୍ ଡେଟ୍ ପ୍ରକାଶ ପାଇବା ପରଠାରୁ ଫ୍ୟାନ୍ସମାନେ ଅଧିକ ଉତ୍ସାହିତ ହୋଇପଡିଛନ୍ତି|ଅଲ୍ଲୁ ଅର୍ଜୁନ ପୁଣି ଥରେ ତାଙ୍କ ଜବରଦସ୍ତ ଅବତାରରେ ନଜର ଆସିବେ ।

ଫିଲ୍ମ ‘ପୁଷ୍ପା-୨ ଦି ରୁଲ୍’ ଡିସେମ୍ବର ୫, ୨୦୨୪ ରେ ୱାର୍ଲଡ୍ ୱାଇଡ୍ ସିନେମା ହଲରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି । ହାଇଦ୍ରାବାଦରେ ଡିଷ୍ଟ୍ରିବ୍ୟୁଟର୍ସଙ୍କ ସହ ଏକ ବଡ ଇଭେଣ୍ଟରେ ଫିଲ୍ମର ନିର୍ମାତା ଆନୁଷ୍ଠାନିକ ଭାବେ ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି ।ଫିଲ୍ମ ରିଲିଜକୁ ନେଇ ଉତ୍ସାହ କେବଳ ଭାରତ ନୁହେଁ ବରଂ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚିଲାଣି । ଏହି ଫିଲ୍ମ ମୋଟ ୧୦୮୫ କୋଟି ଟଙ୍କାର ପ୍ରି-ରିଲିଜ୍ କଲେକ୍ସନ କରିଛି ।

Leave a Reply

Your email address will not be published. Required fields are marked *