ଦେଶ ବିଦେଶ

ଉତ୍ତର ଭାରତରେ ପ୍ରବଳ ଥଣ୍ଡା

Spread the love

ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ନୂଆବର୍ଷରୁ ଶୀତ ଲହର ଆହୁରି ପ୍ରବଳ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତାକାଲିଠାରୁ  ଉତ୍ତର-ପଶ୍ଚିମ ଭାରତରେ ଶୀତ ଲହରର ପ୍ରକୋପ ଅଧିକ ହେବ। ଅର୍ଥାତ୍ ନୂଆବର୍ଷ ଅବସରରେ ଶୀତ ବଢ଼ିବାକୁ ଯାଉଛି। ସେହିପରି ଉତ୍ତର ପଶ୍ଚିମ ଭାରତରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖିବାକୁ ମିଳିବ। ଆସନ୍ତା ୫ ଦିନ ମଧ୍ୟରେ ଉତ୍ତରପ୍ରଦେଶ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ହ୍ରାସ ପାଇବ । ସେହିପରି ହରିୟାଣା, ୟୁପି, ଚଣ୍ଡିଗଡ଼, ପଞ୍ଜାବ, ରାଜସ୍ଥାନ ଆଦି ରାଜ୍ୟରେ ଶୀତ ଲହରୀ ନେଇ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଅଧକାଂଶ ଅଂଚଳରେ ଏବେ ଘନ କୁହୁଡ଼ି ଦେଖିବାକୁ ମିଳିଛି |

 

 

 

 

Leave a Reply

Your email address will not be published. Required fields are marked *