ରାଜ୍ୟ

ଗଜାଧାନ ଦେଖାଇ କାନ୍ଦିକାନ୍ଦି ଗୁହାରି କଲେ ଚାଷୀ

Spread the love

ଫସଲ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଳିରେ ପହଞ୍ଚିଥିଲେ ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ସ୍ଥିତି ଅନୁଧ୍ୟାନ ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ଆଳିର ଶାଳିଅଞ୍ଚ ନିକଟସ୍ଥ ଦିଗଛିଆ ଭେଡା,ମଧୁବନ, ଗୋବିନ୍ଦପୁର ଅଞ୍ଚଳର ଧାନକ୍ଷେତରେ ପହଞ୍ଚିଥିଲେ। ଗତ ସପ୍ତାହର ଅଦିନିଆ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ୩୪ ପଞ୍ଚାୟତର ଧାନଚାଷୀଙ୍କ ପାଚିଲା ଧାନ ଫସଲକୁ ସମୂଳେ ଉଜାଡ଼ି ଦେଇଛି।ଖଳାରେ,କ୍ଷେତରେ କଟାଧାନ ଗଜା ହେଉଥିବା ବେଳେ ବିଲରେ ଥିବା ଅକଟାଧାନ ପାଣିରେ ଭାସୁଛି। ନିରୁପାୟ ଚାଷୀ ଉଜୁଡ଼ା କ୍ଷେତକୁ ଚାହିଁ ମୁଣ୍ଡ କୋଡୁଛନ୍ତି।ମନ୍ତ୍ରୀ ଉଜୁଡ଼ା ଫସଲ ଓ ଚାଷୀଙ୍କ ଦୁରବସ୍ଥା ଦେଖିବା ପରେ ଖୁବ୍ ଶୀଘ୍ର ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *