ରାଜ୍ୟ

ରୁପାରେ ଝଲସିବ ପତିତପାବନ ମନ୍ଦିର

Spread the love

ଶ୍ରୀମନ୍ଦିରସ୍ଥିତ ପତିତପାବନଙ୍କ ମନ୍ଦିର ଓ ଗୁମୁଟ ପରିସର ଯମଶିଳା କାନ୍ଥପାର୍ଶ୍ବ ରୁପାରେ ଝଲସିବ। ପତିତପାବନଙ୍କ ସମ୍ପୂର୍ଣ୍ଣ ମନ୍ଦିର ରୁପା ଛାଉଣିରେ ଆଚ୍ଛାଦିତ ହେବା ସହିତ ଶ୍ରୀବିଗ୍ରହଙ୍କ ସିଂହାସନ ମଧ୍ୟ ରୁପାରେ ନିର୍ମିତ ହେବ। ଏଥିପାଇଁ କଟକର ଏକ ଜୁଏଲାରି ସଂସ୍ଥା ପକ୍ଷରୁ ଆଜିଠୁ ମନ୍ଦିର ପରିସରରେ ରୁପା ଛାଉଣି କାର୍ଯ୍ୟ ଆରମ୍ଭ ହୋଇଛି। ଭକ୍ତମାନଙ୍କ ଦାନ ସୂତ୍ରରେ ମିଳିଥିବା ରୁପା ଏବଂ ରୁପା ଦ୍ବାର କାମ ବେଳେ ବଳକା ରହିଥିବା ରୁପାରେ ଏହାକୁ ପ୍ରସ୍ତୁତ କରାଯାଉଛି। ଦାନସୂତ୍ରରେ ଶ୍ରୀମନ୍ଦିରକୁ ପ୍ରାୟ ୩ଶହ କେଜି ରୁପା ମିଳିଛି। ତିନି ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯଦିଓ ସମସ୍ତ କାର୍ଯ୍ୟ ପାଇଁ ୩ ମାସ ଲକ୍ଷ୍ୟ ରଖାଯାଇଛି, ତେବେ ପତିତପାବନଙ୍କ ମନ୍ଦିର ରୁପା ଛାଉଣି କାର୍ଯ୍ୟ ସମ୍ଭବତଃ ନୂଆ ବର୍ଷରେ ଭକ୍ତମାନେ ଦେଖିବାର ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *