ରାଜ୍ୟ

କଟକ-ଭୁବନେଶ୍ବରକୁ ମିଳିବ ଦ୍ବୈତନଗରୀ ମାନ୍ୟତା

Spread the love

କଟକ-ଭୁବନେଶ୍ବରକୁ ବିଧିବଦ୍ଧ ଦ୍ବୈତନଗରୀ ଭାବେ ସ୍ବୀକୃତି ଦେବା ପ୍ରସଙ୍ଗ ପୁଣି ଥରେ ସାମନାକୁ ଆସିଛି।ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ପ୍ରସ୍ତାବକୁ ଗ୍ରହଣ କରି ଏ ପ୍ରସଙ୍ଗରେ ଆଗକୁ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ‌କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ।

ସୂଚନାଯୋଗ୍ୟ ଯେ ୨୦୦୪ରୁ ୨୦୦୯ ମଧ୍ୟରେ କଟକ-ଭୁବନେଶ୍ବର ଦ୍ବୈତନଗରୀ ଘୋଷଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହାଇଦ୍ରାବାଦ-ସିକନ୍ଦରାବାଦ୍ ଢାଞ୍ଚାରେ ଏହି ଦୁଇଟି ସହରକୁ ଦ୍ବୈତ ନଗରୀ, ଯମଜ ନଗରୀ ଅଥବା ଯୁଗ୍ମ ନଗରୀ ମାନ୍ୟତା ଦେବାର ବିଚାର ଆସିଥିଲା। ଭୁବନେଶ୍ବରକୁ ପୌରନିଗମ ଘୋଷଣା କରାଯାଇଥିବା ବେଳେ କଟକକୁ ବି ପୌରନିଗମ ମାନ୍ୟତା ମିଳିଥିଲା। କଟକ-ଭୁବନେଶ୍ବର ସହରକୁ ଗୋଟିଏ ପୁଲିସ ବ୍ୟବସ୍ଥା ଅର୍ଥାତ କମିସନରେଟ୍ ପୁଲିସ ଅଧୀନରେ ରଖାଯାଇଥିଲା। କିନ୍ତୁ ତା’ ପରେ ଦୁଇଟି ସହରକୁ ବିଧିବଦ୍ଧ ଭାବେ ଦ୍ବୈତନଗରୀ ଘୋଷଣା ପ୍ରକ୍ରିୟା ଅଟକି ଯାଇଥିଲା।

ଗଲା ୧୫ ବର୍ଷ ହେଲା ଏହି ଯୋଜନା ଓ ପ୍ରସ୍ତାବ ଏକପ୍ରକାର ଶୀତଳଭଣ୍ଡାରରେ ପଡ଼ି ରହିଛି। ଫଳରେ କଟକରୁ ବି ବିଭିନ୍ନ ସମୟରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ଭୁବନେଶ୍ବରକୁ ଉଠିବା ପ୍ରକ୍ରିୟା ଜାରି ରହିଛି। ଭୁବନେଶ୍ବରରେ ଭିତ୍ତିଭୂମି ବିକାଶ ତୁଳନାରେ କଟକ ବି ‌ପଛରେ ପଡ଼ି ଯାଇଛି।

washing machine repair service in Bhubaneswar

Leave a Reply

Your email address will not be published. Required fields are marked *