ଦେଶ ବିଦେଶ

ଦେଶରେ ବଢ଼ୁଛି କର୍କଟ ହାର

Spread the love

ଭାରତରେ କର୍କଟ ହାର ବୃଦ୍ଧି ପାଉଛି। ବିଶେଷ କରି ମୁଖଗହ୍ବର କର୍କଟ ରୋଗ ଚିନ୍ତାର କାରଣ ହୋଇଛି।ଭାରତର ଶୀର୍ଷ ଗବେଷଣା ସଂସ୍ଥା ଆଇସିଏମ୍‌ଆର-ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ ଇନ୍‌ଫର୍ମେଟିକ୍ସ ଆଣ୍ଡ ରିସର୍ଚ୍ଚର ଏକ ଅଧ୍ୟୟନ ଅନୁଯାୟୀ ପୁରୁଷଙ୍କଠାରେ ଓଠ ଓ ମୁଖ କର୍କଟ ସବୁଠାରୁ ଅଧିକ ଚିହ୍ନଟ ହେଉଥିବା ବେଳେ ସ୍ତନ କର୍କଟ ମହିଳାମାନଙ୍କଠାରେ ସବୁଠାରୁ ଅଧିକ ଦେଖିବାକୁ ମିଳୁଛି।

ଗବେଷଣା ଅନୁଯାୟୀ, ରୁଷ୍‌ରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ନୂତନ କର୍କଟ ମାମଲା ସର୍ବାଧିକ। ସେ ଦେଶରେ ପୁରୁଷମାନଙ୍କ ପାଇଁ ସବୁଠାରୁ ସାଧାରଣ ପ୍ରକାରର କର୍କଟ ହେଉଛି ପ୍ରୋଷ୍ଟେଟ୍‌, ଫୁସଫୁସ ଓ କୋଲୋରେକ୍ଟାଲ୍‌ କର୍କଟ। ତେବେ ଭାରତରେ ପୁରୁଷଙ୍କ ମଧ୍ୟରେ ଓଠ ଓ ମୁଖଗହ୍ବର କର୍କଟ ରୋଗ ଅଧିକ ଦେଖିବାକୁ ମିଳୁଛି। ଅଧିକାଂଶ ବ୍ରିକ୍ସ ରାଷ୍ଟ୍ରରେ ମହିଳାଙ୍କ ପାଇଁ ସ୍ତନ କର୍କଟ ଏକ ପ୍ରମୁଖ ସମସ୍ୟା। ତେବେ ଚୀନରେ ମହିଳାଙ୍କଠାରେ ଫୁସଫୁସ୍‌ କର୍କଟ ଅଧିକ ଦେଖିବାକୁ ମିଳିଥିଲା।

ଚୀନ୍‌ରେ ସର୍ବାଧିକ ୨୮ ବିଲିୟନ ଡଲାର ଉତ୍ପାଦନ କ୍ଷତି ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାରେ କର୍କଟ ଜନିତ ମୃତ୍ୟୁ ପିଛା ସର୍ବାଧିକ ୧,୦୧,୦୦୦ ଡଲାର ବ୍ୟୟ ହୋଇଛି। ବିଶ୍ଳେଷଣରୁ ଏହା ମଧ୍ୟ ଜଣାପଡିଛି ଯେ ଭାରତ ଓ ଦକ୍ଷିଣ ଆଫ୍ରିକାରେ ୨୦୨୨ରୁ ୨୦୪୫ ମଧ୍ୟରେ କର୍କଟ ମାମଲା ଓ ମୃତ୍ୟୁ ଦ୍ରୁତ ଗତିରେ ବୃଦ୍ଧି ପାଇବ। ୨୦୨୦ ତୁଳନାରେ ୨୦୨୫ରେ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ୧୨.୮% ବୃଦ୍ଧି ପାଇବ।

Leave a Reply

Your email address will not be published. Required fields are marked *