ଦେଶ ବିଦେଶ

ଜାପାନର ନୂଆ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା

Spread the love

ଜାପାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବା ତାଙ୍କ ପଞ୍ଚମ ପ୍ରୟାସରେ ନିର୍ବାଚନ ଜିତି ଜାପାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଫୁମିଓ କିଶିଡ଼ାଙ୍କ ଉତ୍ତରାଧିକାରୀ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ। ଅକ୍ଟୋବର ପହିଲାରେ କିଶିଡ଼ା ଆନୁଷ୍ଠାନିକ ଭାବେ ଏହି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ସିଗେରୁ ଇଶିବା ଜାପାନର ୧୦୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ରିପୋର୍ଟ ଅନୁଯାୟୀ, ୬୭ ବର୍ଷୀୟ ଶିଗେରୁ ଇଶିବା କଠୋରବାଦୀ ଜାତୀୟତାବାଦୀ ସାନା ତାକାଇଚିଙ୍କୁ ପରାସ୍ତ କରି ଅପ୍ରତ୍ୟାଶିତ ଭାବେ ବିଜୟୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *