ଦେଶ ବିଦେଶ

ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଆପ୍‌ ବିଧାୟକ

Spread the love

ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଆପ୍‌ ବିଧାୟକ ।ଗତକାଲି ମଧ୍ୟରାତିରେ ଗୁରପ୍ରୀତଙ୍କୁ ଗୁଳି ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡିଏମସି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଗୁରପ୍ରୀତ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି । ଭୁଲ୍ ବଶତଃ ନିଜକୁ ନିଜେ ଗୁଳି କରିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଏନେଇ ତଦନ୍ତ ଚାଲିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପଞ୍ଜାବ ଡିସିପି ଯଶକରନ ସିଂ ତେଜା କହିଛନ୍ତି ।ବିଧାୟକ ଗୁରୁପ୍ରୀତ ଗୋଗିଙ୍କ ମୃତ୍ୟୁ ପରେ ପଞ୍ଜାବର ଆପ୍‌ ଅଧ୍ୟକ୍ଷ ତଥା ମନ୍ତ୍ରୀ ଅମନ ଅରୋଡା କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ଖବର। ସେ ବେଶ୍‌ ଭଲ ଓ ହୃଦୟବାନ ଲୋକ ଥିଲେ । ଆଜି ସେ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ । ତାଙ୍କ ମୃତ୍ୟୁ ଖବର ଶୁଣି ମୁଁ ବହୁତ ଦୁଃଖିତ ।

Leave a Reply

Your email address will not be published. Required fields are marked *