ଦେଶ ବିଦେଶ

ବେଆଇନ ଭାବେ ରହୁଥିବା ଭାରତୀୟକୁ ଧରି ଉଡାଣ ଭରିଲା c-17 ବିମାନ

Spread the love

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଦେଶ ପରେ ଆରମ୍ଭ ହେଲା ଭାରତ ଫେରୁଛନ୍ତି ପ୍ରବାସୀ ଭାରତୀୟ । ଆମେରିକାରେ ବେଆଇନ ଭାବେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଦେଶାନ୍ତର କରିବା ଆରମ୍ଭ କରିଛନ୍ତି ଟ୍ରମ୍ପ । ଭାରତ ଅଭିମୁଖେ ଯାତ୍ରା କରିଛି C-17 ବିମାନ । ଯେଉଁଥିରେ ଅଛନ୍ତି ଆମେରିକାରେ ରହୁଥିବା ବେଆଇନ ପ୍ରବାସୀ ଭାରତୀୟ |ଆମେରିକାରେ ପ୍ରାୟ ୧୮ ହଜାର ଭାରତୀୟ ପ୍ରବାସୀ ଚିହ୍ନଟ ହୋଇଛନ୍ତି । ଯେଉଁମାନେ ଅବୈଧ ଭାବରେ ଆମେରିକାରେ ରହୁଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ଆଲୋଚନା ପରେ ଟ୍ରମ୍ପ କହିଥିଲେ ଯେ, ଆମେରିକାରୁ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଫେରାଇବା ସମୟରେ “ଯାହା ଠିକ୍ ତାହା କରିବେ” ।ପ୍ରାୟ ଛଅ ଘଣ୍ଟା ପୂର୍ବରୁ ଆମେରିକାରର ଟେକ୍ସାସରୁ ଉଡ଼ାଣ ଭରୁଥିବା ଏକ ଆମେରିକୀୟ ସାମରିକ ବିମାନଟି ଭାରତୀୟ ନାଗରିକଙ୍କୁ ଧରି ଭାରତ ଫେରୁଛି । ବିମାନଟି ୨୪ ଘଣ୍ଟା ଭିତରେ ଭାରତରେ ପହଞ୍ଚିବ । ଟ୍ରମ୍ପ ଶପଥ ନେବା ପରେ ଏହା ଭାରତର ପ୍ରଥମ ନିର୍ବାସନ ।

Leave a Reply

Your email address will not be published. Required fields are marked *