ଦେଶ ବିଦେଶ

କାନାଡ଼ାରେ ପୁଣି ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା ସୂଚନା

Spread the love

ଭାରତରୁ ଫେରାର୍ ହୋଇଯାଇଥିବା ମୋଷ୍ଟ ଓ୍ବାଣ୍ଟେଡକୁ ପିନିପେଗ୍ ସିଟିରେ ହତ୍ୟା କରାଯାଇଛି । ସୁଖବିନ୍ଦର ସିଂହ ଔରଫ ସୁଖଓ୍ବା ଦୁନୁକେ A କାଟାଗୋରୀର ଦୁର୍ଦ୍ଦାନ୍ତ ଅପରାଧି ଥିଲା । ସେ ପଞ୍ଜାବରୁ ଫେରାର ହୋଇ କାନାଡାରେ ରହୁଥିଲା । କାଡାନାରେ ତାକୁ ଗୁଳି ମାରି ହତ୍ୟା କରାଯାଇଛି ।

ଅଭିଯୁକ୍ତ ସୁଖଓ୍ବା ଖଲିସ୍ତାନୀ ଆତଙ୍କୀ ଅର୍ଶଦୀପ ସିଂହ ଅର୍ଶ ଡାଲାର ଡାହାଣ ହାତ ଥିଲା । ଏନଆଇଏ ତାକୁ ମୋଷ୍ଟ୍ ଓ୍ବାଣ୍ଟେଡ ତାଲିକାରେ ସାମିଲ କରିଥିଲେ । ସୁଖଓ୍ବା କାନାଡାରେ ବସି ଭାରତରେ ନିଜ ଗ୍ୟାଙ୍ଗ ଅପରେଟ କରୁଥିଲା । ଭାରତରୁ ଫେରାର୍ ହୋଇ କାନାଡା ଯିବା ପାଇଁ ସେ ଜାଲ୍ କାଗଜପତ୍ର ତଥା ଆଧାର କାର୍ଡ, ପାସ୍‌ପୋର୍ଟ ଏବଂ ପୋଲିସ୍ କ୍ଲିୟରାଂସ ପ୍ରାପ୍ତ କରିଥିଲା । ପରେ ଏହି ଜାଲି ପ୍ରମାଣପତ୍ରକୁ ଢାଲ କରି ଭାରତରୁ କାନାଡ଼ାକୁ ଫେରାର୍ ହୋଇଯାଇଥିଲା ।

ଖଲିସ୍ତାନୀ ଆତଙ୍କୀ ସୁଖଓ୍ବା ନାଁରେ ଅପରାଧିକ ମାମଲା ରହିଛି । କିଛି ଦୁର୍ନୀତିଗ୍ରସ୍ତ ପୋଲିସ ଅଧିକାରୀ ସାହାଯ୍ୟରେ କାନାଡା ଭିଜା ହାସଲ କରିଥିଲା । ମୋଷ୍ଟ୍ ଓ୍ବାଣ୍ଟେଡକୁ ସହଯୋଗ କରିଥିବା ପଞ୍ଜାବ ପୋଲିସର ଦୁଇ କର୍ମୀଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ଏବେ ଅପରାଧିକୁ କାନାଡାର ପିନିପେଗ୍ ସିଟିରେ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି ।

ଖଲିସ୍ତାନୀ ଅତଙ୍କୀଙ୍କୁ ନେଇ ଏବେ ଭାରତ ଓ କାନାଡ଼ା ମଧ୍ୟରେ ବିବାଦ ଜାରି ରହିଛି । ଭାରତ ସରକାର କାନାଡ଼ାର କଟନୈତିଜ୍ଞଙ୍କୁ ଭାରତ ଛାଡ଼ି ପାଇଁ ନିର୍ଦ୍ଦେଶ ଦେବା ପରେ ଟ୍ରୁଡୋ ସରକାର ସାମାନ୍ୟ ନରମିଛନ୍ତି । ସେପଟେ କାନାଡା ପ୍ରବାସୀ ଭାରତୀୟଙ୍କ ପାଇଁ ସତର୍କ ଆଡଭାଇଜାରୀ ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *