ଦେଶ ବିଦେଶ

ମମତା ସରକାର ସଙ୍କଟରେ; ନାରୀ ନିଃଶ୍ୱାସରେ ଜଳିଗଲା BJD, ଏବେ TMC ପାଳି !

Spread the love

ନାରୀମାନଙ୍କ ଆଖିର ଲୁହରେ ପତନ ଘଟିଛି ନବୀନ ସରକାରର। ସେହି ନାରୀର ଲୁହରେ ମମତାଙ୍କ କ୍ଷମତା ଖିନ୍‌ଭିନ୍‌ ହେବାକୁ ବସିଛି ।

ଜଳିଗଲା ନାରୀ ନିଃଶ୍ୱାସରେ BJD । ଆଉ ଏବେ TMC ପାଳି । କୁହାଯାଉଛି ଯେଉଁ ନାରୀମାନଙ୍କ ଆଖିର ଲୁହରେ ନବୀନ ସରକାରର ପତନ ଘଟିଛି ସେହି ନାରୀର ଲୁହରେ ଖିନ୍‌ଭିନ୍‌ ହେବାକୁ ବସିଛି ମମତାଙ୍କ କ୍ଷମତା । BJDର ୨୪ ବର୍ଷର ସରକାର ଭାଙ୍ଗିବା ପରେ ଏବେ ଆଖିବୁଜି ଦେବ ପଶ୍ଚିମବଙ୍ଗର ୧୩ ବର୍ଷର ସରକାର । ମଶାଲ ନିଆଁକୁ ଧରି ଚାଳିଛି ପ୍ରତିବାଦ । ଯୋଗ ଦେଉଛନ୍ତି ଶହ ଶହ ନାରୀ । ଯେମିତି ସେ ସ୍ୱର କେବଳ ଗୋଟିଏ ଡାକ୍ତରୀ ଝିଅ ପାଇଁ ନୁହେଁ ବରଂ ପୂରା ନାରୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ପ୍ରତିବାଦ । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏମିତି ଘଟଣା ଆଉ ନୂଆ ହୋଇନାହିଁ ସବୁ ଦିନ ଜଳୁଛି । ମମତା ସରକାରଙ୍କୁ ପ୍ରତିଟି ମୁହୂର୍ତ୍ତରେଧିକ୍କାର କରୁଛି ।

ଓଡ଼ିଶାରେ କୁନ୍ଦୁଲି ପୀଡ଼ିତା, ପିପିଲି ପୀଡ଼ିତା,ଧର୍ମଶାଳାର ସ୍ମିତାରାଣୀ ଓ ମମିତା ମେହେରଙ୍କ ଭଳି ଘଟଣା ବିଜେଡି ପୃଷ୍ଠଭୂମିକୁ ଦୋହଲାଇ ଦେଇଥିଲା । ଯେଉଁ ଘଟଣାକୁ ବାରମ୍ବାର ମୁଦ୍ଦା କରି ବିଜେପି ବିଧାନସଭାରେ କଂଗ୍ରେସକୁ ବିରୋଧୀ ଆସନରୁ ହଟାଇ ନିଜେ ବିରୋଧୀ ଆସନରେ ବସିଥିଲା । ସେବେର ବିରୋଧୀ ବିଜେପିକୁ ପରୀ ଓ ପିହୁ ଘଟଣା ମଧ୍ୟ ନିଆଁକୁ ଘିଅ ଢାଳିବା ପରି ପ୍ରସଙ୍ଗ ଯୋଗାଇଥିଲା । ଯାହାଫଳରେ ଏବେ ସେସବୁ ଘଟଣା ସହ ଓଡ଼ିଆ ଅସ୍ମିତାକୁ ନେଇ ଓଡ଼ିଶାରେ ସରକାର କରିଛି ବିଜେପି । ଆଉ ୨୪ ବର୍ଷର ସରକାର କ୍ଷମତାଚ୍ୟୁତ ହୋଇଛି । ଆଉ ଏବେ ଠିକ୍‌ ସେହିପରି ପଶ୍ଚିମବଙ୍ଗରେ ଆସିଛି ଟିମ୍‌ସି ପାଳି ।

କୋଲକାତାର ଅଭୟାକାଣ୍ଡକୁ ନେଇ ମମତା ସରକରଙ୍କ ଉପରେ ଜନତାଙ୍କ ପ୍ରବଳ ବିରୋଧ ଦେଖିବାକୁ ମିଳୁଛି । ଘଟଣାକୁ କଡ଼ା ନିନ୍ଦା କରିବା ସହ ସୁପ୍ରିମ୍‌ କୋର୍ଟ ଦିଦି ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଘଟଣା ସଂପର୍କରେ କାହିଁକି ବିଳମ୍ବରେ ଏଫ୍ଆଇଆର ହେଲା, ଆର.ଜି.କର. ମେଡିକାଲ କଲେଜ ପ୍ରଶାସନ କରୁଥିଲା କ’ଣ ? ତତ୍କାଳୀନ ପ୍ରିନିସିପାଲଙ୍କ ଦ୍ୱାରା ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିଲା ବୋଲି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମ୍‌ କୋର୍ଟ । ଯାହା ଫଳରେ ଆହୁରି ତେଜିଲାଣି ରାଜନୀତି । ଲୋକଙ୍କ ଭିତରେ ବି ଅସନ୍ତୋଷର ନିଆଁ ଜଳୁଛି ।

ପୂରା ପଶ୍ଚିମବଙ୍ଗରେ ଏବେ ଅଭୟାକାଣ୍ଡକୁ ନେଇ ଉଠୁଥିବା ପଡ଼ୁଥିବାବେଳେ ୧୩ ବର୍ଷର ସରକାରର ଭବିଷ୍ୟତ କ’ଣ ହେବ ବୋଲି ପ୍ରଣ୍ନ ଉଠୁଛି ? ମମତା ପୁଣି ୨୦୨୬ରେ ସରକାରକୁ ଫେରିବେ ? ନା ଜନତାଙ୍କୁ ପ୍ରତ୍ୟାକ୍ଷାନ କରିବେ ତାକୁ ନେଇ ଖୁବ୍‌ ଚର୍ଚ୍ଚା ହେଲାଣି । ଖାଲି ଏତିକି ନୁହେଁ, ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ ଯଦି ନାରୀମାନେ ସୁରକ୍ଷିତ ନୁହଁନ୍ତି ତେବେ ଆଉ କେଉଁଠି ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଲାଣି ।

Leave a Reply

Your email address will not be published. Required fields are marked *