ଆଞ୍ଚଳିକ

ବିଷାକ୍ତ ମଦ ପିଇବା ଦ୍ୱାରା ମୃତ୍ୟୁ ସଂଖ୍ୟା ୨କୁ ବଢ଼ିଲା |

Spread the love

ବିଷାକ୍ତ ମଦ ପିଇବା ଘଟଣାରେ ଗଞ୍ଜାମ ଜିଲା ଚିକିଟିରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ମୃତକ ଜଣକ ନାମ ହେଲା ଲୋକନାଥ ବେହେରା। ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଲୋକନାଥଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ଏହି ଘଟଣାରେ ଜଣକର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ଅନ୍ୟ ୧୨ ଜଣ ଅସୁସ୍ଥ ରହିଛନ୍ତି। ଏମକେସିଜି ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା ଜାରି ରହିଛି।

ଗତ ସୋମବାର ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ, ଜେନାପୁର ଅଞ୍ଚଳରେ ବିଷାକ୍ତ ମଦ ପିଇ ୧୬ରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ୨ ଜଣଙ୍କୁ ଚିକିଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ୬ ଜଣଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *