ଆଞ୍ଚଳିକ

ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା

Spread the love

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଆସନ୍ତାକାଲି ଓଡ଼ିଶା ଆସିବେ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ମନମୋହନ ସାମଲ କହିଛନ୍ତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସି ପାର୍ଟି ଅଫିସରେ ପହଞ୍ଚିବେ। ଏଠାରେ ବିଜେପି ସାଂସଦ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାମାନଙ୍କ ସହ ତାଙ୍କର ଆଲୋଚନା କାର୍ଯ୍ୟକ୍ରମ ରହିଛି।

ତେବେ ବିଜେପିର ସଦସ୍ୟତା ଅଭିଯାନ ଚାଲିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ଯଥେଷ୍ଟ ଗୁରୁତ୍ବ ବହନ କରୁଛି। ସେ ପୂର୍ବାହ୍ନ ୧୧ଟାରୁ ୧ଟା ଯାଏ ବିଜେପି ପାର୍ଟି ଅଫିସରେ ରହିବେ ବୋଲି ଜଣାଯାଇଛି।

 

Leave a Reply

Your email address will not be published. Required fields are marked *