ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ‘ଆପେଣ୍ଡିସାଇଟିସ୍‌’ ଏବଂ ଏହାର ଲକ୍ଷଣ ବିଷୟରେ

Spread the love

ଆମ ପେଟ ଭିତରେ ବୃହଦାନ୍ତ୍ର ସହ ସଂଯୁକ୍ତ ଏକ ଅଦରକାରୀ ଥଳୀକୁ ଉପାନ୍ତ୍ର ବା ଆପେଣ୍ଡିକ୍ସ କୁହାଯାଏ। ତେବେ କୌଣସି କାରଣରୁ ଏହା ଫୁଲିଯାଇ ସେଥିରେ ପୂଯ ଭରିଯିବା ଅବସ୍ଥାକୁ ଭେଷଜ ବିଜ୍ଞାନରେ ‘ଆପେଣ୍ଡିସାଇଟିସ୍‌’ କୁହାଯାଏ।ଏପରି ଅସ୍ବାଭାବିକତା ବିଶେଷ କରି ଶିଶୁମାନଙ୍କ ଠାରେ ବେଶୀ ଦେଖାଯାଇଥାଏ। ଏଥିଯୋଗୁଁ ଉପାନ୍ତ୍ର ଫାଟିଯାଇ ‘ପେରିଟୋନିଟିସ୍’ ନାମକ ଏକ ବିପଜ୍ଜନକ ସଂକ୍ରମଣ ଘଟାଇଥାଏ, ଯେଉଁଥି ପାଇଁ ତତ୍କାଳ ଡାକ୍ତରୀ ଚିକିତ୍ସା ଅପରିହାର୍ଯ୍ୟ ହୋଇପଡ଼େ, ଅନ୍ୟଥା ଶିଶୁଟି ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଥାଏ।

ଲକ୍ଷଣ –
–ଏହାର ପ୍ରମୁଖ ଲକ୍ଷଣ ହେଉଛି ତଳିପେଟରେ ଯନ୍ତ୍ରଣା। ଶିଶୁଙ୍କ ଠାରେ ଏହି ଯନ୍ତ୍ରଣା ନାଭିକେନ୍ଦ୍ରଠାରୁ ଆରମ୍ଭ ହୋଇ ଧୀରେ ଧୀରେ ତଳିପେଟର ଦକ୍ଷିଣ ଆଡ଼କୁ ବ୍ୟାପିଥାଏ। ବେଳକୁ ବେଳ ଯନ୍ତ୍ରଣା         ବଢ଼ିଥାଏ ଏବଂ ଚଲାବୁଲା କଲେ କି କାଶିଲେ କି ଦୀର୍ଘ ପ୍ରଶ୍ବାସ ନେଲେ ତାହା ବେଶୀ ହୋଇଥାଏ।

–ପ୍ରଥମେ ପ୍ରଥମେ ଶରୀରରେ ୯୯ ଡିଗ୍ରିରୁ ୧୦୨ ଡିଗ୍ରି ତାପମାତ୍ରା ସମ୍ବଳିତ ନିମ୍ନ ଧରଣର ଜ୍ବର ଲାଗି ରହିବା ସହ ଉପାନ୍ତ୍ର ଫାଟିଗଲେ ହଠାତ୍‌ ତାପମାତ୍ରା ବଢ଼ିଯାଏ, ଯାହା ‘ପେରିଟୋନିସ୍’ ସଂକ୍ରମଣକୁ ସୂଚିତ କରିଥାଏ।

–କିଛି ଶିଶୁଙ୍କ ଠାରେ ଝାଡ଼ା ଲାଗି ରହିବା ବା କୋଷ୍ଠକାଠିନ୍ୟ ଅନୁଭୂତ ହେବା ମଧ୍ୟ ଆଉ ଏକ ଆଦ୍ୟ ଲକ୍ଷଣ।

–ଖାଦ୍ୟ ପ୍ରତି ଆକସ୍ମିକ ଭାବେ ରୁଚି କମିଯିବା ମଧ୍ୟ ହେଉଛି ଏହାର ଅନ୍ୟ ଏକ ଲକ୍ଷଣ। ଅତ୍ୟନ୍ତ ଖାଦ୍ୟପ୍ରିୟ ଥିବା ପିଲାମାନେ କିଛି ହିଁ ଖାଇବାକୁ ମନା କରିଥା’ନ୍ତି। ଏଥି ସହିତ ବାନ୍ତି ହୋଇଥାଏ ଏବଂ ଓକାର ଆସିଥାଏ।

–ପେଟ ଫୁଲିଯାଇ ଗ୍ୟାସ ନବାହାରିବା ମଧ୍ୟ ଉପାନ୍ତ୍ର ଫୁଲିଯିବାକୁ ସୂଚାଇଥାଏ।

ଏହି ସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଆଗୁଆ ଚିକିତ୍ସା କରାଇବା ଦରକାର

Leave a Reply

Your email address will not be published. Required fields are marked *