ଦେଶ ବିଦେଶସ୍ୱାସ୍ଥ୍ୟ

ବମ୍ବେ ଓଡ଼ିଆ ଓମେନ୍ସ ଆସୋସିଏସନ ପକ୍ଷରୁ ଵୃଦ୍ଧାଶ୍ରମ ଓ ଅନାଥାଶ୍ରମ ଅନ୍ତେବାସୀ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଶିବିର

Spread the love

ମୁମ୍ବାଇ : ସ୍ଥାନୀୟ ଖାରଗର ସ୍ଥିତ ଉତ୍କର୍ଷ ହଲ ଠାରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି | ସାମାଜିକ ସଂଗଠନ ବମ୍ବେ ଓଡ଼ିଆ ଓମେନ୍ସ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ସ୍ୱାସ୍ଥ୍ୟ ସେବା ଶିବିରରେ ସ୍ଥନୀୟ ଅଞ୍ଚଳର ବହୁ ବୟସ୍କ ବ୍ୟକ୍ତି, ଅନାଥାଶ୍ରମର ଅନ୍ତେବାସୀ ଓ ସାଧାରଣ ଲୋକ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ | ମୁଖ୍ୟତଃ ଵୃଦ୍ଧାଶ୍ରମ ଓ ଅନାଥାଶ୍ରମ ମାନଙ୍କୁ ସୁବିଧାରେ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ଆୟୋଜିତ ହୋଇଥିବା ଏହି ଶିବିରରେ ଚାରିଗୋଟି ବିଭାଗ ଯଥା, ମେଡ଼ିସିନ, ଆଖି, ଦାନ୍ତ, ରକ୍ତ ଓ ପରିସ୍ରା ପରୀକ୍ଷା ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ରୋଗୀ ମାନଙ୍କୁ ସେବା ଯୋଗାଇ ଦିଆଯାଇଥିଲା | ବୟସ୍କ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଆବଶ୍ୟକ କରୁଥିବା ରୋଗୀ ମାନଙ୍କୁ ମାଗଣାରେ ଚଷମା ମଧ୍ୟ ଯୋଗାଇଦିଆଯାଇଥିଲା | ଅନାଥାଶ୍ରମର ଅନ୍ତେବାସୀ ମାନେ ମାତ୍ରାଧିକ ଦାନ୍ତ ରୋଗ ଜନିତ ସମସ୍ୟାରେ ପୀଡିତ ଥିବାରୁ ଆବଶ୍ୟକ ଚିକିତ୍ସା କରାଯିବା ସହ ଦରକାର କରୁଥିବା ଦାନ୍ତ କ୍ଷୟ ପୂରଣ ଚିକିତ୍ସା ଲାଗି ପରାମର୍ଶ ଦିଆଯାଇଥିଲା | ଯାହା ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯିବାର ବ୍ୟବସ୍ଥା କରାଯାଉଛି |

ଏହି ଅବସରରେ ବମ୍ବେ ଓଡ଼ିଆ ଓମେନ୍ସ ଆସୋସିଏସନର ସଭାପତି ଡ଼ଃ କାନନିକା ତ୍ରିପାଠୀ କହିଛନ୍ତି ଯେ, ବମ୍ବେ ଓଡ଼ିଆ ଓମେନ୍ସ ଆସୋସିଏସନ ସବୁବେଳେ ଅସହାୟଙ୍କ ସେବାରେ ନିଜକୁ ବ୍ରତୀ କରିଆସିଛି | ଆଜିର ଏହି ସ୍ୱାସ୍ଥ୍ୟ ଶିବିର ରେ ଆମର ବହୁ ସହଯୋଗୀ ଉପସ୍ଥିତ ରହି ସହଯୋଗ କରିଛନ୍ତି | ସ୍ୱାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକ ସେବାକୁ ସୁବିଧାରେ ଲୋକଙ୍କ ପାଖରେ ପହଂଚାଇଥିବାରୁ ନିଜକୁ ଖିସି ଲାଗୁଚି | ଆଗାମୀ ଦିନରେ ଏହି ଭଳି ଶିବିର ଅଧିକରୁ ଅଧିକ ଆୟୋଜନ କରାଯିବାର ଯୋଜନା ରହିଛି |

Leave a Reply

Your email address will not be published. Required fields are marked *