ଦେଶ ବିଦେଶ

ମ୍ୟାମାର ଓ ଥାଇଲାଣ୍ଡ ଭୂକମ୍ପ ନେଇ ଚିନ୍ତା ପ୍ରକଟ କଲେ ମୋଦୀ

Spread the love

ମ୍ୟାମାର ଓ ଥାଇଲାଣ୍ଡରେ ବଡ଼ ଧରଣର ଭୂକମ୍ପ ଯୋଗୁଁ ବ୍ୟାପକ ଧନଜୀବନ କ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବେଗ ପ୍ରକାଶ କରିବା ସହ ଉଭୟ ରାଷ୍ଟ୍ରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି।ମ୍ୟାମାର ଓ ଥାଇଲାଣ୍ଡ୍‌ରେ ଭୂମିକମ୍ପ ପରେ ପରିସ୍ଥିତି ଉପରେ ଭାରତ ଅହରହ ନଜର ରଖିଛି। ସମସ୍ତଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦେଇ ଜରୁରୀ ସହାୟତା ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଯାଇଛି।  ମ୍ୟାମାର ଓ ଥାଇଲାଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ଏବେ ମ୍ୟାମାର ସଙ୍କଟର ଆକଳନ କରୁଛି ଏବଂ ସେହି ଆଧାରରେ ସହାୟତା ପଠାଯିବାକୁ ବ୍ୟବସ୍ଥା କରାଯାଉଛି।

Leave a Reply

Your email address will not be published. Required fields are marked *