ଦେଶ ବିଦେଶ

ବିଜେପିରେ ଯୋଗ ଦେଇଛନ୍ତି ଦିଲ୍ଲୀର ପୂର୍ବତନ ପରିବହନ ମନ୍ତ୍ରୀ କୈଳାସ ଗେହଲଟ

Spread the love

ଦିଲ୍ଲୀର ପୂର୍ବତନ ପରିବହନ ମନ୍ତ୍ରୀ କୈଳାସ ଗେହଲଟ ଗତକାଲି ଆପ୍‌ରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର, ଦିଲ୍ଲୀ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା, ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ ଓ ଅନ୍ୟ ନେତାମାନଙ୍କ ଉପସ୍ଥିତିରେ ଗେହଲଟ ଦଳରେ ମିଶିଛନ୍ତି। କୈଳାସ କହିଛନ୍ତି, ବାହ୍ୟ ଚାପରେ ମୁଁ ବିଜେପିରେ ଯୋଗ ଦେଇନାହିଁ ବରଂ ଆପ୍‌ ଏହାର ବିଚାରଧାରାରେ ସାଲିସ କରିଛି। ଏଥିପାଇଁ ମୁଁ ବିଜେପିରେ ଯୋଗ ଦେଇଛି।

Leave a Reply

Your email address will not be published. Required fields are marked *