ଦେଶ ବିଦେଶ

ଜି-୨୦ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Spread the love

ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ବ୍ରାଜିଲର ରିଓ ଡି ଜେନେରିଓରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦୀ ବ୍ରାଜିଲ୍‌ରେ ପହଞ୍ଚିବାପରେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ତାଙ୍କୁ ପାଛୋଟି ନେଇଛନ୍ତି। ଏଥିପାଇଁ ମୋଦୀ ଲୁଲାଙ୍କୁ ଧନ୍ୟବାଦ ଜଣାଇଛନ୍ତି ,ଏହାସହିତ  ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଏଠାରେ ଥିବା ଭାରତୀୟ ପ୍ରବାସୀମାନେ ତାଙ୍କୁ ସଂସ୍କୃତ ଶ୍ଳୋକ ଆବୃତ୍ତି କରି ସ୍ୱାଗତ କରିଥିଲେ। ଏଥିସହ ତାଙ୍କୁ ସ୍ୱାଗତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଦିଆଯାଇଥିବା ‘ସ୍ମରଣୀୟ’ ସ୍ୱାଗତ ପାଇଁ କୃତଜ୍ଞତା ଜଣାଇଛନ୍ତି। ମୋଦୀଙ୍କ ବ୍ୟତୀତ ଚୀନ, ବ୍ରିଟେନ, ଆମେରିକା ଭଳି ବିଶ୍ବର ପ୍ରମୁଖ ନେତାମାନେ ଏହି ସମ୍ମିଳନୀରେ ପହଞ୍ଚିଛନ୍ତି।ସମ୍ମିଳନୀ ସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କର ସାକ୍ଷାତ ହୋଇଛି। ଉଭୟ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହିତ ସାମୟିକ ବାର୍ତ୍ତାଳପ କରିଥିଲେ। ଏହି ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ରୁଷ୍-ୟୁକ୍ରେନ ଯୁଦ୍ଧ ବନ୍ଦ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ନେଇ ଆଶା କରାଯାଉଛି। ଏହି ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବ୍ରିଟେନ ପ୍ରତିପକ୍ଷ କୈର ଷ୍ଟାର୍ମରଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *