ଅର୍ଥମନ୍ତ୍ରୀ କରିଥିବା ୧୨ ବଡ ଘୋଷଣା
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ କରିଥିବା ୧୨ ବଡ ଘୋଷଣା –
- ଭାରତ ହେବ ଖେଳନା ତିଆରିର ବିଶ୍ଵସ୍ତରୀୟ କେନ୍ଦ୍ର
- ଖେଳନା ପାଇଁ ଆରମ୍ଭ ହେବ ବଡ ଯୋଜନା
- ଉଡାଣ ଯୋଜନାରେ ଉପକୃତ ହେବେ ଦେଢ କୋଟି ଲୋକ
- ୧୦ ବର୍ଷରେ ତିଆରି ହେବ ୧୨୦ ବିମାନବନ୍ଦର
- ପାହାଡି ଇଲାକାରେ ନିର୍ମାଣ ହେବ ହେଲିପ୍ୟାଡ୍ ଓ ବିମାନବନ୍ଦର
- ଡିଜିଟାଲ ଶିକ୍ଷାକୁ ଗୁରୁତ୍ଵ, ସବୁ ସରକାରୀ ମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା
- ଏଆଇ ଶିକ୍ଷାକୁ ଗୁରୁତ୍ଵ, ୫୦୦ କୋଟିର ବ୍ୟୟବରାଦ
- ୨୦୨୮ ମସିହା ଯାଏଁ ବଢିଲା ଜଳ ଜୀବନ ମିଶନ
- ଆଗାମୀ ସପ୍ତାହରେ ଆସିବ ନୂଆ ଆୟକର ବିଲ୍
- କିଷାନ କ୍ରେଡିଟ୍ କାର୍ଡରେ ବଢିଲା ଋଣ ପରିମାଣ
- ୩ ଲକ୍ଷ ଟଙ୍କାରୁ ବଢି ହେଲା ୫ ଲକ୍ଷ ଟଙ୍କା
- ଡାଲି ଉତ୍ପାଦନରେ ଭାରତ ହେବ ଆତ୍ମନିର୍ଭର

