ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ମହାକୁମ୍ଭ ୨୦୨୫ ଆୟୋଜନ ପାଇଁ ପ୍ରୟାଗରାଜ ପ୍ରସ୍ତୁତ
ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ମହାକୁମ୍ଭ ୨୦୨୫ ଆୟୋଜନ ପାଇଁ ପ୍ରୟାଗରାଜ ପ୍ରସ୍ତୁତ। ସାମୂହିକ ଧାର୍ମିକ ସମାବେଶରେ କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଉତ୍ତରପ୍ରଦେଶ ପୁଲିସ ଏକ ସାତସ୍ତରୀୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରୁଛି। ମହାକୁମ୍ଭମେଳାକୁ ସୁରୁଖୁରୁରେ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ଚେକିଂ ଅଭିଯାନ ଆରମ୍ଭ କରାଯାଇଛି। ସୁରକ୍ଷା ବଢ଼ାଇବା ପାଇଁ ୨,୭୦୦ରୁ ଅଧିକ ଏଆଇ-ସକ୍ଷମ କ୍ୟାମେରା ମଧ୍ୟ ଲଗାଯାଇଛି।ମହାକୁମ୍ଭ ପାଇଁ ରାଜ୍ୟ ସରକାର ୧୨୫ଟି ରୋଡ୍ ଆମ୍ବୁଲାନ୍ସ ଓ ୭ଟି ରିଭର ଆମ୍ବୁଲାନ୍ସ ନିୟୋଜିତ କରିଛନ୍ତି।ଯେକୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ସରକାର ଉପଯୁକ୍ତ ବ୍ୟବସ୍ଥା କରିଛନ୍ତି।

