ରାଜ୍ୟ

ପଦ୍ମ ଧରିଲେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି

Spread the love

ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେପିରେ ଯୋଗ ଦେଇଛନ୍ତି। ରଘୁପତି ମହାନ୍ତିଙ୍କର କେତେକ ସମର୍ଥକ ବି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏଥିରେ ଉପସ୍ଥିତ ରହି ବିଜେଡି ଛାଡ଼ିଥିବା ନେତାମାନଙ୍କୁ ଦଳରେ ସାମିଲ କରିଛନ୍ତି। ଏଥିଲାଗି ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ସୂଚନାଯୋଗ୍ୟ, ଆଜି ସକାଳେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ। ରଘୁପତି ମହାନ୍ତି ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଥିଲା। ତାଙ୍କ ସହ ଅନେକ ସମର୍ଥକ ଓ ବଡ଼ମ୍ବା ପଞ୍ଚାୟତ ସମିତି ସଭ୍ୟ ବି ପଦ୍ମ ଧରିବେ ବୋଲି ଜଣାଯାଇଥିଲା।

Leave a Reply

Your email address will not be published. Required fields are marked *