ଖଣି ଅଧିକାରୀଙ୍କୁ ମାଫିଆଙ୍କ ଆକ୍ରମଣ
ପାଞ୍ଚଜଣିଆ ଟିମ୍ ସ୍ପେସାଲ୍ ସ୍କ୍ୱାଡ ସହ ଆନନ୍ଦପୁର ଅଞ୍ଚଳରେ ଚୋରା ବାଲି କାରବାର ହେଉଥିବା ଖବର ପାଇ ଘାଟ ଉପରେ ରାତି ପ୍ରାୟ ସାଢେ଼ ଏଗାରଟାରେ ଚଢ଼ାଉ କରିଥିଲେ। ଏହି ସମୟରେ ଆନନ୍ଦପୁର ବ୍ରିଜ ନିକଟରେ ଖଣି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା ।ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଅତି ସଙ୍କଟାପନ୍ନ ଅବସ୍ଥାରେ ବ୍ରିଜ ତଳକୁ ଫିଙ୍ଗି ଦେଇଥିଲେ କିଛି ବାଲି ମାଫିଆ। ସେଠାରୁ କୌଣସି ପ୍ରକାରେ ପ୍ରାଣ ବଞ୍ଚାଇ ସେମାନେ ପଳାଇ ଆସିଥିଲେ।ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଉଭୟଙ୍କର ଚିକିତ୍ସା କରାଯାଉଛି |ଏନେଇ ଘସିପୁରା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି |
