ତାଜୁବ କରିଛି ଆମଜନ୍ ର ଡେଲିଭରି
ଅନଲାଇନରେ ଜିନିଷ ମଗାଇ ଠକାମୀର ଶିକାର ହୋଇଛନ୍ତି ଜଣେ କ୍ଲିନିକ ମାଲିକ । ୬୧ ହଜାର ଟଙ୍କା ଅଗ୍ରୀମ ଦେଇ ଲାପଟପ ମଗାଇଥିଲେ। ଗତ ୪ ତାରିଖରେ ଟଙ୍କା ଦେଇଥିଲେ। ଗତକାଲି ପହଞ୍ଚିଥିଲା ପାର୍ସଲ । ପାର୍ସଲ ଖୋଲିଲା ବେଳକୁ ତା ଭିତରୁ ମାର୍ବଲ ପଥର ବାହାରିଥିଲା । ଅନଲାଇନ ଟ୍ରେଡିଂ କମ୍ପାନୀ ସହ ଯୋଗାଯୋଗ କରିଥିଲେ । କିନ୍ତୁ କିଛି ସୁଫଳ ନମିଳିବାରୁ ସେ ସମ୍ବଲପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

