ଓଡ଼ିଶା କ୍ୟାଡର ବରିଷ୍ଠ IPS ଅଫିସର ଅମ୍ରିତ ମୋହନ ପ୍ରସାଦଙ୍କୁ ବଡ଼ ଦାୟିତ୍ବ
୧୯୮୯ ବ୍ୟାଚ ଆଇପିଏସ ଅଫିସର ଅମୃତ ମୋହନ ପ୍ରସାଦଙ୍କୁ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ଡ଼ିଜି ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଯୁକ୍ତି କମିଟି ୧୯୮୯ ବ୍ୟାଚର ଓଡିଶା କ୍ୟାଡ଼ରର ଏହି ଆଇପିଏସ ଅଫିସରଙ୍କ ଏହି ଅତିରିକ୍ତ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଅମୃତ ମୋହନ ପ୍ରସାଦ ସଶସ୍ତ୍ର ସୀମା ବଳର ଡ଼ିଜି ସହିତ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ଡ଼ିଜି ଭାବେ ଏହି ଅତିରିକ୍ତ ଦାୟିତ୍ୱରେ ରହିବେ ।ଗତ ନଭେମ୍ବର ୧ ତାରିଖରୁ ଏହି ଦାୟିତ୍ୱରେ ଅମୃତ ମୋହନ ପ୍ରସାଦ ଥିବା ବେଳେ ୬ ମାସ ପାଇଁ ଏହି ଦାୟିତ୍ୱ ଦିଆଯାଇଛି । ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ନିୟମିତ ଡ଼ିଜି ନିଯୁକ୍ତି କିମ୍ବା କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅମୃତ ମୋହନ ପ୍ରସାଦ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ଅତିରିକ୍ତ ଡ଼ିଜି ଭାବେ କାର୍ଯ୍ୟ କରିବେ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

