ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କଲେ ଦର୍ଶନ ଦୁଇ କେନ୍ଦ୍ରମନ୍ତ୍ରୀ
ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଧର୍ମେନ୍ଦ୍ର ପ୍ରଧାନ। ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କଲେ ଦର୍ଶନ। ଏହାପରେ ପେଣ୍ଠକଟାରେ ମେରି ମାଟି ମେରା ଦେଶର ପ୍ଲାଣ୍ଟେସନ୍ ଡ୍ରାଇଭରେ ସାମିଲ୍ ହେବେ କେନ୍ଦ୍ରମନ୍ତ୍ରୀ ।
ଏହାସହ ସ୍ବାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ବୀରହରେକୃଷ୍ଣପୁର ଗାଁ ପରିଦର୍ଶନ କରିବେ। ପରେ କୁଇ ଏବଂ ଡେସିଆ ଭାଷାରେ ବହିର ଶୁଭାରମ୍ଭ କରିବେ । ସୋୟା ବିଶ୍ବବିଦ୍ୟାଳୟରେ 20 ତମ ଜାତୀୟ ସିଏ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ମଧ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

